ଓଡିଶା

ବ୍ଲକସ୍ତରରେ ବଳରାମ ଯୋଜନାର ପ୍ରସ୍ତୁତି ବୈଠକ

ବାଣପୁର /ସୁଧିର କୁମାର ପାତ୍ର: ବାଣପୁର ପଞ୍ଚାୟତ ସମିତି କନ୍ଫରେନ୍ସ ହଲରେ ବ୍ଲକସ୍ତରୀୟ ବଳରାମ ଯୋଜନାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଉଛି । ଏଥିରେ ଗୋଷ୍ଠି ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ଶ୍ରୀତଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ବାଣପୁର ବ୍ଲକ ଅଧିନ ରେ ଥିବା ସମସ୍ତ ବ୍ୟାଙ୍କ ଶାଖା ପରିଚାଳକ, ଉଦ୍ୟନ, ମତ୍ସ, ଓଡିଶା ଜୀବିକା ମିଶନ ଓ କୃଷିବିଭାଗ ର ସମସ୍ତ କ୍ଷେତ୍ର ଅଧିକାରୀ, ସମସ୍ତ ସମବାୟ ସମିତି ର ସମ୍ପାଦକ, ଇଈଊଙ ସୀମାଦ୍ରୀ ପାତ୍ର, ସମସ୍ତ କୃଷକ ସାଥି ଉପସ୍ଥିତ ଥିଲେ ଜ୍ଝ ବ୍ଲକ କୃଷି ଅଧିକାରୀ ଡ଼ଃ ଅଜୟ କୁମାର କର ସରକାରଙ୍କ ବଳରାମ ଯୋଜନା ର ଆଭିମୁଖ୍ୟ, ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବାର ନୀତିନିୟମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭିଡିଓ ମାଧ୍ୟମରେ ଆଲୋଚନା କରିଥିଲେ ଜ୍ଝ ତତସହିତ ଉପସ୍ଥିତ ସମସ୍ତ ବ୍ୟାଙ୍କ ଅଧିକାରୀ, କୃଷକ ସାଥି, କୃଷିକର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରି ମାନଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ କୃଷି ଅଧିକାରୀ ଆଗାମୀ ଦିନରେ ସରକାରଙ୍କ ୫ଞ ଅନ୍ତର୍ଗତ ଏହି ବଳରାମ ଯୋଜନା କୁ କିପରି ସଫଳ ରୂପାୟନ ହୋଇପାରିବ ସେଥିପାଇଁ ସମସ୍ତ ସହଯୋଗ କରିଥିଲେ ।

Related posts

ବାସନ୍ଦ ହେଲେ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର

mahabharatanews

ଶ୍ରୀମନ୍ଦିରର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛନ୍ତି ପୋଲିସ

mahabharatanews

ଆସନ୍ତା କାଲିଠୁ ୫ମାସ ଧରି ଶିମିଳିପାଳ ବନ୍ଦ

mahabharatanews