ଭାରତ

ଥମୁନି ମଣିପୁର ହିଂସାକାଣ୍ଡ : ଅଧିକାରୀଙ୍କୁ ନିର୍ମମ ହତ୍ୟା

(ମଣିପୁର) : ଥମିବାର ନାଁ ନେଉନି ମଣିପୁର  ହିଂସାକାଣ୍ଡ‌ । ଗତ ୪୮ ଘଣ୍ଟା ଧରି ମଣିପୁର ରାଜ୍ୟରେ ଆଦିବାସୀ ଦଙ୍ଗାରେ ଭୀଷଣ ରକ୍ତପାତ ହୋଇଛି। ହିଂସା-ପ୍ରପୀଡ଼ିତ ଅଞ୍ଚଳରୁ ସମୁଦାୟ ୧୩,୦୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ତେବେ ଏହାରି ମଧ୍ୟ ଆଉ ଏକ ଖୁଲାସା ଦେଖିବାକୁ ମିଳିଛି ।  ଇମ୍ଫାଲ୍‌ସ୍ଥିତ ସରକାରୀ କ୍ବାର୍ଟର୍ସରୁ ଘୋଷାରି ଆଣି ମଣିପୁରୀ ଦୁର୍ବୃତ୍ତମାନେ ତାଙ୍କୁ ପିଟି ପିଟି ମାରି ପକାଇଛନ୍ତି। ଯାହା ହାଓକିପ୍‌ଙ୍କ ଫଟୋ ପୋଷ୍ଟ୍‌ କରି ନିନ୍ଦା କରିଛନ୍ତି ।

ଟୁଇଟ୍‌ କରି ସଂଘ ଏହି ଘଟଣାକୁ ତୀବ୍ର ନିନ୍ଦା କରି ଲେଖିଛି ଯେ, ଏହି ଘୃଣ୍ୟ ହିଂସାକାଣ୍ଡରେ ଇମ୍ଫାଲ୍‌ରେ ଟିକସ ସହକାରୀ ଲେତ୍‌ମିଥାଙ୍ଗ୍‌ ହାଓକିପ୍‌ଙ୍କର ମୃତ୍ୟୁ ଘଟିଛି। କର୍ତ୍ତବ୍ୟରତ ଜଣେ ନିରୀହ ସରକାରୀ କର୍ମଚାରୀଙ୍କ ହତ୍ୟା କରାଯିବା ଘଟଣାକୁ କୌଣସି ତ୍ୟାଗ ବା ଆଦର୍ଶ ଯଥାର୍ଥ ବୋଲି ପ୍ରତିପାଦିତ କରିପାରିବ ନାହିଁ।

 

Related posts

ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିକୁ ଦେଖି ସରକାରଙ୍କ ନୂଆ ନିୟମ

mahabharatanews

ଆକାଶମାର୍ଗର ଦିଗ ବଦଳାଇ ଭୁଲରେ ପୋଡଶୀ ଦେଶରେ ପ୍ରେବଶ କରିଥିଲା ଭାରତୀୟ ବିମାନ ।

mahabharatanews

ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ , ୧୫ ଆହତ

mahabharatanews