(ମୁମ୍ବାଇ) : ସୁସ୍ଥ ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମା । ମା ମଲା ତିୱାରୀ କର୍କଟ ରୋଗରୁ ମୁକ୍ତ ହୋଇ ଫେରିବା ପରେ ପୁଅ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଇମୋସନାଲ ଅନୁଭୂତି ସେୟାର କରିଛନ୍ତି । ସେ ଫ୍ୟାନ୍ସଙ୍କୁ ତାଙ୍କ ମା’ଙ୍କର କର୍କଟ ରୋଗ ବିଷୟରେ ସୂଚନା ଦେବା ସହ ତାଙ୍କ ସଂଘର୍ଷ ବିଷୟରେ ଜଣାଇଛନ୍ତି ।
ତେବେ କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ,କିଛି ଦିନ ତଳେ କ୍ୟାନ୍ସର ଆମ ପରିବାରକୁ ଭାଙ୍ଗିବା ଚେଷ୍ଚା କରିଥିଲା । ଆମେ ନିରାଶା ଏବଂ ନିରାଶାଠାରୁ ଅଧିକ ଅସହାୟ ହୋଇପଡିଥିଲୁ । କିନ୍ତୁ ମୋ ମା’ଙ୍କ ଇଚ୍ଛା ଶକ୍ତି ଏବଂ କଦାପି ହାର୍ ନ ମାନିବା, ମନୋଭାବ ପାଇଁ ସେ ଏହି ଭୟଙ୍କର ଯୁଦ୍ଧକୁ ଯିତି ପାରିଛନ୍ତି ।
ଏହି ପୋଷ୍ଟ ଟି ଭାଇରଲ ହେବା ପରେ ଫ୍ୟାନ୍ସ ତାଙ୍କ ମା’ଙ୍କୁ ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି । ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ଅଭିନେତାଙ୍କ ମା”ଙ୍କୁ ସାକ୍ଷାତ କରିଥିବା ସୂଚନା ମିଳିଛି ।