ଭାରତ

ଆମେରିକା ଗୁଳିକାଣ୍ଡ : ଜଣେ ଭାରତୀୟ ମହିଳା ମୃତ

(ଆମେରିକା) : ଆମେରିକାର ଗୁଳିକାଣ୍ଡରେ ଜଣେ ଭାରତୀୟ ମହିଳା ମୃତ ।  ଆମେରିକାର ଟେକ୍ସାସ୍ ସହରର ଡାଲାସ୍ ଠାରେ ହୋଇଥିବା ଗୁଳିକାଣ୍ଡରେ ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିରେ ଭାରତୀୟ ମୂଳ ମହିଳାଙ୍କ ସମେତ ମୋଟ 9 ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁସାରେ, ଶନିବାର ଦିନ ଡାଲାସ୍ ଅଞ୍ଚଳର ଏକ ମଲ୍ ବାହାରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ନଅ ଜଣଙ୍କ ମଧ୍ୟରେ ଭାରତୀୟ ଇଞ୍ଜିନିୟର ଐଶ୍ୱର୍ଯ୍ୟା ଅଛନ୍ତି । ଡାଲାସର ଏକ ଘରୋଇ କମ୍ପାନୀ ପାଇଁ ପ୍ରୋଜେକ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ଐଶ୍ୱର୍ଯ୍ୟା ହାଇଦ୍ରାବାଦର ସାରୋନଗରର ବାସିନ୍ଦା ଥିଲେ । ଚାକିରି ପାଇଁ ସେ ଭାରତରୁ ଆମେରିକା ଯାଇଥିଲେ ।

Related posts

ସତର୍କତା ଜାରିକଲା ଭାରତୀୟ ପାଣିପାଗ ବିଭାଗ ଆଗକୁ ଆହୁରି ଜାଳିବ ।

mahabharatanews

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର

mahabharatanews

ରାମଲଲାଙ୍କ ମଥାରେ ସୂର୍ଯ୍ୟ ତିଲକ

mahabharatanews