ଓଡିଶା

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ

ଭୁବନେଶ୍ୱର: ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅଶୋକ ସାମଲ । ଆଜି ଅପରାହ୍ନରେ କଟକ ତଳତେଲେଙ୍ଗା ବଜ଼ାର ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି।୭୦ ବର୍ଷ ବୟସରେ ଅଶୋକଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ କର୍କଟ ଓ ଲିଭର ରୋଗରେ ପୀଡିତ ଥିଲେ। ସେ ନିକଟରେ ଟାଟା ମେମୋରିଆଲ ହସ୍ପିଟାଲରୁ ଚିକତ୍ସା ହୋଇ ଘରକୁ ଫେରିଥିଲେ। ସେ କଂଗ୍ରେସ ଦଳରେ ମୁଖପାତ୍ର ଦାୟିତ୍ୱରେ ଥିଲେ। ତାଙ୍କ ପରଲୋକରେ ଶୁଭେଚ୍ଛୁଙ୍କ ଭିଡ଼ ତାଙ୍କ ଘରେ ଲାଗିଛି। ଆଶୋକଙ୍କ ବିୟୋଗରେ ରାଜନୈତିକ ଓ ଅନୁଗତଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି। ଆଜି ସନ୍ଧ୍ୟାରେ କଟକ ଖାନ ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

 

Related posts

ପୋଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ରେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ

mahabharatanews

କ୍ୱାରେଣ୍ଟାଇନ ନିୟମ ଅମାନ୍ୟ ଅଭିଯୋଗରେ ୨ ନାଁରେ ମାମଲା

mahabharatanews

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

mahabharatanews