ଠକାମୀର ଶିକାର ହୋଇଛନ୍ତି କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ।ଇଣ୍ଟରନେଟରେ ସଚିନଙ୍କ ନାମ ଫଟେ ଏବଂ ସ୍ୱର ବ୍ୟବହାର କରି ବିଜ୍ଞାପନ କରାଯାଉଛି । ଯାହାକୁ ନେଇ ସଚିନ ମାମଲା ଦାଏରା କରିଛନ୍ତି କ୍ରାଇମବ୍ରାରେ । ଏହାପରେ ମୁମ୍ବାଇ ପୋଲିସ ସାଇବର ସେଲ୍ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୪୨୦, ୪୬୫ ଏବଂ ୫୦୦ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଛି ।
ଇଣ୍ଟରନେଟରେ ଚାଲୁଥିବା କିଛି ଫେକ ବିଜ୍ଞାପନରେ ସଚିନଙ୍କର ବ୍ୟକ୍ତିଗତ ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ ସେହି ପ୍ରଡକ୍ଟ କିଣିଲେ ସଚିନଙ୍କ ହସ୍ତାକ୍ଷର ଥିବା ଟି-ଶାର୍ଟ ମିଳିବ ବୋଲି ମଧ୍ୟ ଉକ୍ତ ବିଜ୍ଞାପନରେ ଦାବି କରାଯାଇଥିଲା ।
ଫେସବୁକରେ ଏକ ଅଏଲ କମ୍ପାନୀର ବିଜ୍ଞାପନ ସଚିନ ଦେଖିଥିଲେ । ଉକ୍ତ ବିଜ୍ଞାପନରେ ତେନ୍ଦୁଲକରଙ୍କର ଫଟୋକୁ ବ୍ୟବହାର କରାଯିବା ସହ ସଚିନ ନିଜେ ଏହି ପ୍ରଡକ୍ଟ କିଣିବାକୁ ସୁପାରିଶ କରିଥିବା ବିଜ୍ଞାପନ ତଳେ ଲେଖାଯାଇଥିଲା । ତେବେ ସଚିନଙ୍କର ଅଭିଯୋଗ ପରେ ମୁମ୍ବାଇ ପୋଲିସର ସାଇବର ସେଲ ଏକ ମାମଲା ଦାଏର କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । ଏପରି ବିଜ୍ଞାପନ ଇନଷ୍ଟାଗ୍ରାମରେ ମଧ୍ୟ ଦେଖିବାକୁ ମିଳିଥିଲା । ତେନ୍ଦୁଲକରଙ୍କ ବ୍ୟକ୍ତିଗତ ସହାୟକ ଏହି ମାମଲା ଦାଏର କରିଥିବା ଜଣାପଡ଼ିଛି । ତେବେ ସଚିନଙ୍କ ବିନା ଅନୁମତିରେ ତାଙ୍କ ଫଟୋ, ସ୍ୱର ବ୍ୟବହାର କରାଯାଇଛି । ଯେଉଁଥିପାଇଁ ସେ ଥାନାରେ ପହଞ୍ଚିଛନ୍ତି ।
previous post