ମନୋରଞ୍ଜନ

ଲିଫ୍ଟ ମାଗି ସୁଟିଂକୁ ଗଲେ ଅମିତାଭ

(ମୁମ୍ବାଇ) : ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ କୌଣସି ସ୍ଥାନକୁ ବିଳମ୍ବରେ ପହଞ୍ଚିବାକୁ ପସନ୍ଦ କରନ୍ତି ନାହିଁ ।  ନିକଟରେ ଅମିତାଭ ତାଙ୍କ ସୁଟିଂ ପାଇଁ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେତୁ ତାଙ୍କ କାର୍‌ ଆଗକୁ ବଢ଼ିବାରେ ସକ୍ଷମ ହୋଇପାରିନଥିଲା । ଫଳରେ ସେ ଏକ ଯୁବକଙ୍କୁ ଲିଫ୍ଟ ମାଗିବା ସହ ତାଙ୍କ ବାଇକ୍‌ରେ ଯାଇ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ ।

ପରେ ତାଙ୍କୁ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଧନ୍ୟବାଦ ଜଣାଇଥିଲେ  ।‘ପ୍ରୋଜେକ୍ଟ କେ’ର ସୁଟିଂ ପାଇଁ ଯିବାବେଳେ ତାଙ୍କ ଗାଡ଼ି ଟ୍ରାଫିକରେ ଫସି ରହିଥିଲା । ପରେ ପରେ ବିଗ୍‌-ବି ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିବା ସହ କ୍ୟାପସନ୍‌ରେ ଯୁବକ ଜଣକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related posts

ଫିଲ୍ମ ‘ଦ କେରଳ ଷ୍ଟୋରି’କୁ କରଛାଡ଼ କଲେ ମୁଖ୍ୟମନ୍ତ୍ରୀ

mahabharatanews

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛି ପରିବାର

mahabharatanews

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

mahabharatanews