ଭାରତ

ସହଜରେ ଟ୍ରାକ ହେବ ଚୋରି ମୋବାଇଲ

ଏଣିକି ସହଜରେ ମିଳିଯିବ ଚେରି କିମ୍ବା ହଜିଯାଇଥିବା ମୋବାଲ । ହଜିଯାଇଥିବା ମୋବାଇଲ୍ ଫୋନକୁ ‘ବ୍ଲକ୍’ କିମ୍ବା ଟ୍ରାକ୍ କରିବାରେ ସକ୍ଷମ ହେବେ।କେନ୍ଦ୍ର ସରମାର ଚଳିତ ସପ୍ତାହରେ ଏକ ନୂଆ ଟ୍ରାକିଂ ବ୍ୟବସ୍ଥା ଆରମ୍ଭ କରିବାରକୁ ଯାଉଛି । ଚଳିତମାସ ୧୭ରେ ବିଶ୍ୱ ଟେଲିକମ୍ ଦିବସ ଅବସରରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ସଞ୍ଚାର ସାଥି ପୋର୍ଟାଲ୍ (ସିଇଆର୍) ବ୍ୟବସ୍ଥାର ଏହି ନୂଆ ମୋବାଇଲ୍ ବ୍ଲକିଂ ଏବଂ ଟ୍ରାକିଂ ବ୍ୟବସ୍ଥା ଶୁଭାରମ୍ଭ କରାଇବେ । ଟେକ୍ନୋଲୋଜିର ଏକ ସ୍ବତନ୍ତ୍ରତା ହେଉଛି ଯେ, ଏଥିରେ ଆଇଏମ୍ଇଆଇ ନମ୍ବର ପରିବର୍ତ୍ତନ କରାଯାଇଥିଲେ ବି ସିଷ୍ଟମ କାମ କରିବ।
ଦିଲ୍ଲୀ, ମହାରଷ୍ଟ୍ର, କର୍ଣ୍ଣାଟକ ଏବଂ ଉତ୍ତର ପୁର୍ବ ଅଞ୍ଚଳରେ ଏହି କାର୍ଯ୍ୟ ପ୍ରଥମେ କିଛି ଟେଲିକମ୍ କାର୍ୟ୍ୟାଳୟରେ ଏହି ସିଷ୍ଟମର ପାଇଲଟ୍ ପ୍ରକଳ୍ପ ଚଲାଯାଇଥିଲା ଯାହା ବର୍ତ୍ତମାନ ସମଗ୍ର ଦେଶରେ କାର୍ୟ୍ୟକାରୀ ହେବାକୁ ପ୍ରସ୍ତୁତ। ସଞ୍ଚାର ସାରଥି ପୋର୍ଟାଲ ଗରିଆରେ ମଧ୍ୟ ମୋବାଇଲ ଚୋରା କାରବାରର ଯାଞ୍ଚ କରିହେବ।

Related posts

୧୮ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ସବୁ ବିମାନ ବନ୍ଦ 

mahabharatanews

୨୫ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 

mahabharatanews

ଆମେଥିରେ ଉତ୍ତେଜନା 

mahabharatanews