ଓଡିଶା

୨୧ ପର୍ଯ୍ୟନ୍ତ ପ୍ରବଳ ଖରା ,ରେକର୍ଡ ଭାଙ୍ଗିବ ତାପମାତ୍ରା

(ଭୁବନେଶ୍ୱର) : ୨୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ଖରା ।  ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ଭାଙ୍ଗିବ ।ଗ୍ରୀଷ୍ମ ପ୍ରବାହ ଜାରି ରହିବାକୁ ଥିବାରୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାନୁଯାୟୀ, ବୁଧବାର ଦିନ ସୋନପୁର ଓ ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୪୪ ଡିଗ୍ରି ରହିଥିଲା। ରାଜ୍ୟର ମୋଟ ୧୫ଟି ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିଥିବା ବେଳେ ୨୨ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି।

Related posts

 ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ରାଜସ୍ୱ ମନ୍ତ୍ରୀ

mahabharatanews

୭୨ ଘଣ୍ଟା ପାଇଁ ସଟଡାଉନ୍ ହେଲା ଏହି ସହର

mahabharatanews

ହାତୀଲୁଜାଣୀ ଛକରେ ବାଇକ- ତେଲ ଟ୍ୟାଙ୍କର ଧକ୍କା, ୧ ମୃତ

mahabharatanews