ଭାରତ

ଜି-୨୦ ବୈଠକରୁ ବାଦ ପଡିଲେ ଚୀନ୍‌, ତୁର୍କୀ

(କାଶ୍ମୀର) : କାଶ୍ମୀରରେ ଆସନ୍ତା ୨୨ ତାରିଖରେ ଆୟୋଜିତ ହେବ ଜି-୨୦ ବୈଠକ । ଧାରା ୩୭୦ ଉଚ୍ଛେଦ ହେବାପରେ କାଶ୍ମୀରରେ ଏହା ସବୁଠାରୁ ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ। ତେବେ ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ବୈଠକରେ ଚୀନ୍‌ ଏବଂ ତୁର୍କୀ ଯୋଗ ଦେବେନି ବୋଲି ଜଣାପଡ଼ିଛି।

‌ସୂଚନାନୁଯାୟୀ , ସେହିପରି ଅନ୍ୟ ରାଷ୍ଟ୍ରରୁ ବି କମ୍‌ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ମେ’ ୨୨-୨୪ ପର୍ଯ୍ୟନ୍ତ ଏହି ବୈଠକ ହେବ। ଜି-୨୦ ବୈଠକ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜମ୍ମୁ କାଶ୍ମୀର ଏବଂ ଲଦାଖରେ ଜି-୨୦ ବୈଠକକୁ ପାକିସ୍ତାନ ବିରୋଧ କରିଛି। ଗତ ମାର୍ଚ୍ଚରେ ଅରୁଣାଚଳ ପ୍ରଦେଶରେ ହୋଇଥିବା ଜି-୨୦ ବୈଠକରେ ବି ଚୀନ୍‌ ଯୋଗ ଦେଇନଥିଲା। ତେବେ ଶ୍ରୀନଗରରେ ଜି-୨୦ ବୈଠକକୁ ପାକିସ୍ତାନ ବିରୋଧ କରୁଥିବାରୁ ଚୀନ୍‌ ମଧ୍ୟ ଏହାକୁ ବିରୋଧ କରିଛି।

Related posts

ଉତ୍ତରାଖଣ୍ଡ ହଲଦ୍ୱାନୀରେ ବେଆଇନ ନିର୍ମାଣ ହଟାଅ ଅଭିଯାନ ସମୟରେ ଦଙ୍ଗା

mahabharatanews

ଲୋକଙ୍କ ସହ ନୁହେଁ, ବିଷଧର ସାପଙ୍କ ସହ ବନ୍ଧୁତା କରନ୍ତି ଏହି ବ୍ୟକ୍ତି

mahabharatanews

କନଭଏ ଉପରେ ଆତଙ୍କବାଦୀ ଆକ୍ରମଣ:ଜଣେ ଯବାନ ସହିଦ

mahabharatanews