ଭାରତ

ବାତ୍ୟା ‘ମୋକା’ : ୧୦୦ରୁ ଅଧିକ ଲୋକ ନିଖୋଜ

(ମିଆଁମାର) :  ମିଆଁମାର ଉପକୂଳରେ ଲ୍ୟାଣ୍ତଫଲ କଲା ସାମୁଦ୍ରିକ ବାତ୍ୟା ‘ମୋକା’  ।  ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏବେ ସୁଦ୍ଧା ବାତ୍ୟାରେ ଗଲାଣି ୮୧ ଜଣଙ୍କ ଜୀବନ ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢି ପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନାନୁଯାୟୀ , କୋକ୍ସ ବଜାରରେ ୧୦ ହଜାରରୁ ଅଧିକ ଘର ନଷ୍ଟ ହୋଇଛି । ଅନେକ ବିଦ୍ୟୁତ୍ ଖୁଣ୍ଟ ଉପୁ଼ଡିବା ସହ ଗଛ ପଡି ରାସ୍ତା ଅବରୋଧ ହୋଇଛି । ବାଂଲାଦେଶ ଓ ମିଆଁମାର ଉପକୂଳରେ ମାଡ଼ ହୋଇଥିଲା ଭୀଷଣ ସାମୁଦ୍ରିକ ଝଡ଼ । ଲ୍ୟାଣ୍ତଫଲ ସମୟରେ ପବନର ବେଗ ୨୦୦ କିମି ଥିବାରୁ ଅଧିକ କ୍ଷୟକ୍ଷତି ହୋଇଛି । ମୋକା ପ୍ରଭାବରେ ୮୧ ଜଣଙ୍କର ମୃତ୍ୟୁ ଘଟିଛି । ବହୁ ପୁରାତମ ଧାର୍ମିକ ପୀଠ ଭୁଶୁ଼ଡି ପଡିବା ସହ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମିଆଁମାର ବାତ୍ୟା ‘ମୋକା’ ଦୁର୍ବଳ ହେବା ପରେ ପ୍ରାୟ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି ।

Related posts

ମାର୍ଚ୍ଚରେ ଇଡ଼ିରେ ହଜାର ହେବେ କେଜ୍ରିୱାଲ

mahabharatanews

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ‘ଜେଡ୍‌’ ସୁରକ୍ଷା

mahabharatanews

ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ମେଡିକାଲରେ ଭର୍ତ୍ତି ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

mahabharatanews