ଓଡିଶା

ଜଳୁଛି ଓଡିଶା: ଅଧିକାଂଶ ସ୍ଥାନରେ ୪୨ ଡିଗ୍ରୀ ପାର

(ଭୁବନେଶ୍ୱର) : ଦିନକୁ ଦିନ ପଶ୍ଚିମ ଓଡ଼ିଶାରେ ବୃଦ୍ଧି ପାଇବାରେ ଲାଗିଛି  ଗ୍ରୀଷ୍ମପ୍ରବାହ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟ ତାପମାତ୍ରାରେ ବି‌ଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ବିଶେଷ କରି ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା ଓ ବରଗଡ଼ ଆଦି ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ , ରବିବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁରରେ ୪୩.୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୮ ଡିଗ୍ରି, ବୌଦ୍ଧରେ ୪୨.୬, ବଲାଙ୍ଗୀରରେ ୪୨.୪, ରାଉରକେଲା ଓ ବରଗଡ଼ରେ ୪୨, ସୋନପୁରରେ ୪୧.୯, ଟିଟିଲାଗଡ଼ରେ ୪୧.୫, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪୧.୪ ଡିଗ୍ରି ଲେଖାଏ ଦିନ ତାପମାତ୍ରା ରେକର୍ଡ ହୋଇଛି।

Related posts

ବିଜେଡି ମହିଳା ମୋର୍ଚ୍ଚା ପୁର୍ନଗଠନ

mahabharatanews

ହରିରାଜପୁର ପଞ୍ଚୁଦୋଳ ମେଳଣ ପାଇଁ ପ୍ରସ୍ତୁତି ବୈଠକ

mahabharatanews

ପୁଣି ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ବାତିଲ

mahabharatanews