ଓଡିଶା

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ 

(ମୟୂରଭଞ୍ଜ) : ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ବିଜେପି । ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ ବେଳେ ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ରାଇରଙ୍ଗପୁର, କରଞ୍ଜିଆ, ଉଦଳାର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଛି । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଭାଷଣ ଦେବା ସମୟରେ ୯ ମିନିଟ୍ ଲାଇଟ୍ କଟିଯାଇଥିବା ପ୍ରସଙ୍ଗରେ ଆଜି ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି ମୟୂରଭଞ୍ଜ ଜିଲ୍ଲା ବିଜେପି ।

ସୂଚନାନୁଯାୟୀ , ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି   ରାଇରଙ୍ଗପୁର, କରଞ୍ଜିଆ, ଉଦଳାର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଛି । ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଶହଶହ ଯାନ ବାହନ ରାସ୍ତା ଉପରେ ଅଟକି ରହିଛି ।

Related posts

ରତ୍ନ ଭଣ୍ଡାର ନଖୋଲିବାକୁ ହୋଇଛି ଯୋଜନା: ସୁଦର୍ଶନ

mahabharatanews

୧୬ରୁ ସର୍ବ ଭାରତୀୟ ହକି ପ୍ରତିଯୋଗିତା -୨୦୧୯

mahabharatanews

ବିଶ୍ୱରୁ ତୃତୀୟ ଲହରର ଆଶଙ୍କା ଥମିନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews