ଓଡିଶା

ତାତିରେ ଜଳୁଛି ସାରା ଓଡ଼ିଶା, ତାପମାତ୍ରା ୪୧ ଡିଗ୍ରୀ ପାର

(ଭୁବନେଶ୍ୱର) :  ତାତିରେ ଜଳୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୨୨ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ଦୀର୍ଘଦିନ ପରେ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ଦିନ ଡେଇଁଛି। ଆଜି ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ବଲାଙ୍ଗୀରଠାରେ ୪୩.୩ ଡିଗ୍ରି ରେକର୍ଡ ହୋଇଛି।  ଗତ କିଛି ଦିନ ହେଲା ରାଜଧାନୀରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଦିନର ସ‌ର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଭିତରେ ରହୁଥିଲା।

ସୂଚନାନୁଯାୟୀ , ସେହିଭଳି କଟକJର ଦିନ ତାପମାତ୍ରା ୪୧ ଡିଗ୍ରି ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଏହିଭଳି ରହିବ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Related posts

ତୁଟୁନି ବିବାଦ ; ୨ଦିନ ହେଲା ଉପାସରେ ପ୍ରଭୁ ଲିଙ୍ଗରାଜ

mahabharatanews

କରୋନା ଖବର ପ୍ରସାରଣ ଉପରେ ଅଙ୍କୁଶ, ଗାଇଡଲାଇନ୍ ଜାରି

mahabharatanews

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ମେଧା ତାଲିକା

mahabharatanews