ଭାରତ

ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ କେଜ୍ରିୱାଲ

(ଦିଲ୍ଲୀ) : ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତିହାର ଜେଲର ବାଥ୍‌ରୁମ୍‌ରେ ତଳେ ପଡ଼ିଯିବା ପରେ ତାଙ୍କୁ ବର୍ତ୍ତମାନ ଦିଲ୍ଲୀର ଲୋକନାୟକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଭେଟିବାକୁ ହସ୍ପିଟାଲ ଆସିଥିବା ବେଳେ ତାଙ୍କ ପ୍ରତି ‘ସାହସୀ’ ଓ ‘ବୀର’ ଭଳି ପ୍ରଶଂସାସୂଚକ ମନ୍ତବ୍ୟ ଦେଇଛନ୍ତି।

ସୂଚନାନୁଯାୟୀ , ମନିଲଣ୍ଡରିଂ ଅଭିଯୋଗରେ ଜୈନ ଜେଲରେ ଅଛନ୍ତି ରବିବାର ଦିନ କେଜ୍ରିୱାଲ ପ୍ରଥମଥର ପାଇଁ ଜୈନଙ୍କୁ ହସ୍ପିଟାଲରେ ସାକ୍ଷାତ୍ କରିବା ପରେ ତାହାର ଫଟୋ ଟ୍ବିଟ୍ କରି ଲେଖିଛନ୍ତି- ଆଜି ହସ୍ପିଟାଲରେ ‘ସାହସୀ ବୀର’ଙ୍କୁ ସାକ୍ଷାତ୍ କଲି।ଜେଲ ବାଥ୍‌ରୁମ୍‌ରେ ପଡ଼ିଯିବା ପରେ ଜୈନଙ୍କୁ ପ୍ରଥମେ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ନିଆଯାଇଥିଲା। ତା’ପରେ ଗୁରୁବାର ତାଙ୍କୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ନେଇ ଅକ୍ସିଜେନ ସହାୟତାରେ ରଖାଯାଇଥିଲା।

Related posts

ଜନୀ ଡେପ୍ ଜିତିଲେ ମାନହାନି ମକଦ୍ଦମା

mahabharatanews

ଏକ୍ସପ୍ରେସ୍‌ୱେରେ ଜଳିଗଲା ବସ୍‌; ୨୬ ମୃତ, ୭ ଆହତ

mahabharatanews

ପରଲୋକରେ ବିଧାୟକ ରାଜେନ୍ଦ୍ର ପାଟନୀ

mahabharatanews