ଓଡିଶା

 ଆଜି ଏକାଦଶୀ ନୀତି : ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

(ପୁରୀ) : ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏକାଦଶୀ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ମହାଲକ୍ଷ୍ମୀ ଋକ୍ମିଣୀଙ୍କୁ ହରଣ କରି ବିବାହ କରିବେ। ପରଦିନ ମହାପ୍ରଭୁ ଗୁଆଲି ଯାତ୍ରାରେ ବାହାରିବେ। ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଶ୍ରୀମନ୍ଦିରରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ଏହି ଉପଲକ୍ଷେ ଆସନ୍ତାକାଲି(ବୁଧବାର) ଅପରାହ୍ନରେ ଶ୍ରୀମନ୍ଦିରରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଋକ୍ମିଣୀ ହରଣ ନୀତି ପାଇଁ ପ୍ରାୟ ଅପରାହ୍ନ ୧ଟାରୁ ୫ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ନୀତିକାନ୍ତି ଶେଷ ପରେ ଦର୍ଶନ ସ୍ବାଭାବିକ ହେବ।

ଅନ୍ୟପଟେ ତାଳଧ୍ୱଜ ରଥର ମୋଟ୍ ୧୪ ଗୋଟି ଚକ ଏବଂ ୭ଗୋଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।ତାଳଧ୍ୱଜ ରଥର ୧୪ ନାହାକା ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୮ଟି ୨୦ ଫୁଟିଆ ଧଉରା ଫାଳି କାଠ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଥିଲେ । ଦୁଇଟି ଆଠ କୋଣି ୧୪ନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଆଉ ୬ ଟିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

 

Related posts

ଅନୁଭବ-ବର୍ଷା ମାମଲା: ବିବାହ ବିଛେଦ ପାଇଁ ଅନୁମତି 

mahabharatanews

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହେନ୍ଦ୍ରଗିରି ଶିଖରର ଇକୋ ରିସୋର୍ଟ ଉଦଘାଟିତ

mahabharatanews

ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ

mahabharatanews