ଓଡିଶା

ଝଡ଼ବର୍ଷାରେ ଭିଜିବ ୧୩ ଜିଲ୍ଲା  

(ଭୁବନେଶ୍ୱର) : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଞେଙ୍କାନାଳ, କଟକ ଓ ନୟାଗଡ଼ ଜିଲ୍ଲାରେ ଆସନ୍ତାକାଲି ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ ,  କାଳବୈଶାଖୀ ପ୍ରଭାବରେ ଅପରାହ୍‌ଣରେ ଯାଜପୁର, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼‌ା, କଟକ, ଜଗତସିଂହପୁର, ବାଲେଶ୍ବର ଆଦି ଉପକୂଳବର୍ତ୍ତୀ ଜିଲ୍ଲଗୁଡ଼ିକରେ ପ୍ରବଳ ଝଡ଼ବର୍ଷା ହୋଇଛି। ୭୦ରୁ ୮୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ଓ ବର୍ଷା‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Related posts

ଲାଲବାବାଙ୍କ ପୀଠରେ ହନୁମତ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଅନୁଷ୍ଠିତ

mahabharatanews

ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଖଣି ଅଧିକାରୀଙ୍କୁ ଆକ୍ରମଣ

mahabharatanews

ଗୋପାଳପୁର ଜେଡ ଏସ ଆଇ ପକ୍ଷରୁ ଦୁଇଟି ପଲ୍ଲି କୀଟ ଚିହ୍ନଟ

mahabharatanews