ଓଡିଶା

ଅଣସର ଘରେ ମହାପ୍ରଭୁ

(ପୁରୀ) : ବିଳମ୍ୱରେ ସରିଲା ଶ୍ରୀଜୀଉଙ୍କର ସ୍ନାନ । ମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନପରେ ଅଣସର ଘର ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗରମରୁ ତ୍ରାହି ପାଇବା ପାଇଁ ପ୍ରଭୁଙ୍କ ଲୀଳା ଅପୂର୍ବ । ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ଆଜିଠୁ ପଟିଦିଅଁ ପୂଜା ପାଇବେ।

ସୂଚନାନୁଯାୟୀ ,  ଶ୍ରୀଜିଉଙ୍କ ଅଣସର ନୀତି ୧୫ ଦିନ ଧରି ଚାଲିବ। ଏହିସମୟରେ ଶ୍ରୀଜିଉଙ୍କ ବଦଳରେ ପଟଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ।

 

Related posts

୩୧ ଯାଏ ବିଧାନସଭାକୁ ବନ୍ଦ ଘୋଷଣା କଲେ ବାଚସ୍ପତି

mahabharatanews

ଓଡ଼ିଶା ଆନ୍ଧ୍ର ସୀମାନ୍ତ ସାଲୁର ଘାଟି ଚଢ଼ୁଥିବା ବେଳେ ଜଳିଗଲା ଓଏସ୍‌ଆରଟିସି ବସ୍

mahabharatanews

ପେଟି ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews