ଓଡିଶାଭାରତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର

(ଦିଲ୍ଲୀ) :  ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ସମ୍ମାନ ପାଇବାରେ ଦ୍ରୌପଦୀ ମୁର୍ମୁ ପ୍ରଥମ ଭାରତୀୟ ହୋଇପାରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ଏହି ସମ୍ମାନ ସୁରିନାମ ରିପବ୍ଲିକର ରାଷ୍ଟ୍ରପତି ଚନ୍ଦ୍ରିକାପର୍ସଦ ସାନ୍ତୋଖୀଙ୍କ ଠାରୁ ଗ୍ରହଣ କରିଛନ୍ତି । ସର୍ବିଆ ଏବଂ ସୁରିନାମ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ୍ 4 ରେ ସୁରିନାମ ପାରାମାରିବୋରେ ପହଞ୍ଚିଥିଲେ । ଜୋହାନ ଆଡଲଫ ପେଙ୍ଗେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପର୍ସଦ ସାନ୍ତୋଖୀ ସ୍ୱାଗତ କରିଥିଲେ ।

ପୁରସ୍କାର ପାଇବା ପରେ ମୁର୍ମୁ କହିଛନ୍ତି ଯେ ଏହି ସମ୍ମାନ କେବଳ ତାଙ୍କ ପାଇଁ ନୁହେଁ ବରଂ ଭାରତର ଲୋକଙ୍କ ପାଇଁ ମଧ୍ୟ ମହତ୍ୱ ରହିଛି । ଏହି ସମ୍ମାନ ପାଇଥିବାରୁ ମୁଁ ଅତ୍ୟଧିକ ଗୌରବାନ୍ୱିତ ଅଟେ । ଏହି ସ୍ୱୀକୃତି କେବଳ ମୋ ପାଇଁ ନୁହେଁ, ଭାରତର ୧.୪  ବିଲିୟନ ଲୋକଙ୍କ ପାଇଁ ମଧ୍ୟ ମହତ୍ୱପୂର୍ଣ ଅଟେ ।

Related posts

ମେଡିକାଲ କଲେଜ ଦାବିରେ ୧୮ରେ କଂଗ୍ରେସର ଆନ୍ଦୋଳନ ଡାକରା

mahabharatanews

ବଢୁଛି ତାତି; ରାଜ୍ୟବାସୀଙ୍କ ପାଇଁ ଏସ୍‌ଓପି ଜାରି

mahabharatanews

ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କଲେ ଭଗବନ୍ତ ମାନ୍

mahabharatanews