ଓଡିଶା

୪ ଦିନ ପରେ ଗଡ଼ିଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌

(ବାଲେଶ୍ଵର) : ବାହାନଗା ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହାରି ମଧ୍ୟରେ  ୪ ଦିନ ପରେ ଆଜି ଟ୍ରାକ୍‌ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌। ମଧ୍ୟାହ୍ନରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଯାଇଥିଲା ।  ଜୁନ୍ ୨ ତାରିଖ ସନ୍ଧ୍ୟାରେ କୋଲକାତାରୁ ଚେନ୍ନାଇ ଅଭିମୁଖେ ଯିବା ବେଳେ ବାହାନଗା ବଜାର ଷ୍ଟେସନ୍‌ଠାରେ ଅପ୍‌ଲାଇନ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ। ତା ପରଠାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। 

ସୂଚନାନୁଯାୟୀ , ସ୍ଥିତି ସ୍ବାଭାବିକ ହୋଇ  ଥିବାରୁ ବୁଧବାର ପାଇଁ ଦକ୍ଷିଣ ପୂର୍ବ ରେଳପଥ ଅଧୀନରୁ ଛାଡ଼ିବାକୁ ଥିବା ୯ଟି ଟ୍ରେନ୍ ବାତିଲ୍ ହୋଇଛି। ତେବେ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଦକ୍ଷିଣ-ପୂର୍ବ ରେଳପଥର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟରେ ନିୟୋଜିତ ରହିଛି। ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ପଶ୍ଚିମବଙ୍ଗରୁ ଅଣାଯିବା ସହ କାର୍ଯ୍ୟ ହେଉଛି। 

Related posts

ଗୋପାଳପୁରରେ ତୃଣମୂଳସ୍ତରରୁ ବିଜେଡିକୁ ମଜବୁତ କରିବାକୁ ସାଂସଦ ମାନସ ମଙ୍ଗରାଜଙ୍କ ଆହ୍ୱାନ

mahabharatanews

୯ ତାରିଖ ସୁଦ୍ଧା ଲଘୁଚାପ

mahabharatanews

ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନା ଅଭିଯୋଗ

mahabharatanews