ଓଡିଶା

ରେଳ ଦୁର୍ଘଟଣା : ଏବେ ସୁଦ୍ଧା ବିହାରର ୮୮ ନିଖୋଜ

(ବାଲେଶ୍ଵର):  ବାହାନଗା ଟ୍ରେନ୍ ଦୁର୍ଘଟଣା ଛାତିକୁ ସ୍ତବ୍ଧ କରିଦେଇଥିବା ବେଳେ ଏବେ ସୁଦ୍ଧା ଲୋକଙ୍କୁ ଖୋଜି ପାଉନାହାଁନ୍ତି ପରିବାର ଲୋକ । ତେବେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି । ଏହାରିମଧ୍ୟରେ ବିହାରର ୮୮ ଜଣ ନିଖୋଜ ଥିବା କଥା ବିହାର ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ ସେହନୱାଜ୍ ଆଲମ୍ ଏନେଇ ସୂଚନା ଦେଇଛନ୍ତି  ।

ସୂଚନାନୁଯାୟୀ , ରେଳ ଦୁର୍ଘଟଣା ପରେ ଦ୍ବିତୀୟ ଥର ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ଆସିଥିଲେ। ଦୁର୍ଘଟଣାରେ ଆହତଙ୍କୁ ଭେଟିବା ସହିତ ସେମାନଙ୍କୁ ସୁସ୍ଥ କାମନା କରିଛନ୍ତିରେଳ ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରର ଜଣେ ବ୍ୟକ୍ତି ହୋମଗାର୍ଡ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସହ ଯେଉଁମାନେ କାମ କରିବାରେ ଅକ୍ଷମ ସେମାନଙ୍କୁ ମଧ୍ୟ ଏହି ନିଯୁକ୍ତି ମିଳିବ ବୋଲି ମମତା କହିଛନ୍ତି।

 

 

Related posts

ନିଆଳୀ କସର୍ଦାରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

mahabharatanews

ଆଠଗଡରେ ଆତଙ୍କ: ଗୋଟିଏ ଗାଁରୁ ୧୬ ପଜିଟିଭ ଚିହ୍ନଟ 

mahabharatanews

ବୌଦ୍ଧ ଜିଲ୍ଲାରେ ଧାନ କିଣା ନେଇ ବସିଲା ବୈଠକ

mahabharatanews