ଓଡିଶାମନୋରଞ୍ଜନ

ଟ୍ରେନ ଦୁର୍ଘଟଣା : ଶିକ୍ଷା ସହ ଚାକିରୀ ଦେବେ ସୋନୁ ସୁଦ

(ମୁମ୍ବାଇ) :  କରୋନା ମହାମାରୀ ସମୟରେ ଗରିବଙ୍କ ପାଇଁ ଭଗବାନ ପାଲଟିଥିବ‌ା ସୋନୁ ଏବେ ବାହାନଗା ଟ୍ରେନ ଦୁର୍ଘଟଣାର ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।  ପୀଡ଼ିତଙ୍କ ପିଲାମାନଙ୍କୁ ଶିକ୍ଷା ସହାୟତା ଯୋଗାଇବା ସହ ରୋଜଗାର ଦେବେ ବୋଲି ସୋନୁ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ସେ ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ।

ସୂଚନାନୁଯାୟୀ , ଇନଷ୍ଟାରେ ସେୟାର କରିଥିବା ନିଜ ଭିଡିଓରେ ସୋନୁ କହିଛନ୍ତି, ଏହି ଦୁର୍ଘଟଣା ପରେ ସେମାନେ ନିଜ ଜୀବନ କେମିତି ବଞ୍ଚୁଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁଛୁ। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି। ଏହି ନମ୍ବର(+୯୧ ୯୯୬୭୫୬୭୫୨୦) ଜରିଆ‌ରେ ପୀଡ଼ିତ ଲୋକ ନହେଲେ ପୀଡ଼ିତଙ୍କୁ ଜାଣିଥିବା ଲୋକ ଆମ ସହ ଯୋଗାଯୋଗ କରିପାରିବେ। ଏହି ନମ୍ବରରେ କେବଳ ମେସେଜ କରିବାକୁ ଅନୁରୋଧ। ଆମେ ପୀଡ଼ିତଙ୍କ ସମସ୍ୟା ଜାଣିବା ପରେ ସେମାନଙ୍କୁ ରୋଜଗାର ଦେବୁ ଓ ପିଲାମାନେ ପାଠ ନଢ଼ିପାରୁଥିଲେ ଆମେ ସେଥିରେ ସାହାଯ୍ୟ କରିବୁ।

Related posts

ମଣିଷଖିଆ ବାଘର ଉତ୍ପାତ ,ନାବାଳକ ପରେ ଏବେ ମହିଳାଙ୍କ ପାଳି   

mahabharatanews

୧୦ ତାରିଖରୁ ଆମରଣ ଅନଶନରେ ବସିବେ ହିଞ୍ଜିଳି ବାସିନ୍ଦା

mahabharatanews

ନୂଆଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

mahabharatanews