ମନୋରଞ୍ଜନ

ଫିଲ୍ମ ‘ଆଦିପୁରୁଷ’କୁ ‘ୟୁ’ ସାର୍ଟିଫିକେଟ୍

(ମୁମ୍ବାଇ) : ପୂର୍ବରୁ ମୁକ୍ତିଲାଭ କରିସାରିଛି ପ୍ରଭାସ ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର । ଫିଲ୍ମର ଟ୍ରେଲକୁ ପ୍ରଶଂସକଙ୍କର ବେଶ୍ ଅଧିକ ଭଲ ପାଇବା ମିଳୁଛି । ତେବେ ଏହି ଫିଲ୍ମ ୧୬ ଜୁନ୍ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମର ମୋଟ ସ୍କ୍ରିନ୍ ପ୍ଲେ ସମୟ ୨ ଘଣ୍ଟା ୫୯ ମିନିଟ୍ ରହିବ ।  ତେବେ ଅହରୀ ମଧ୍ୟରେ ଆଦିପୁରୁଷକୁ ମିଳିଲା ‘ୟୁ’ ସାର୍ଟିଫିକେଟ୍ । ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ କେନ୍ଦ୍ରୀୟ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଦ୍ୱାରା ‘ୟୁ’ ସାର୍ଟିଫିକେଟ୍ ଦିଆଯାଇଛି । ଏହାର ଅର୍ଥ ସବୁ ବୟସର ଲୋକମାନେ ରାମାୟଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦେଖିପାରିବେ ।

ସୂଚନାନୁସାରେ,  ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟରେ ଫୁଟିବ ୫୦ଲକ୍ଷର ବାଣ। ଜୁନ୍ ୧୬ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବା ବେ‌‌ଳେ ଏହି ଫିଲ୍ମକୁ ନେଇ ବେଶ ଖୁସି ଅଛନ୍ତି ଦର୍ଶକ।  ଏହି କାର୍ଯ୍ୟକ୍ରମରେ ପ୍ରଭାସ ଓ କ୍ରିତିଙ୍କ ହଜାର ହଜାର ପ୍ରଶଂସକ ଯୋଗଦେବେ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମ ପାଇଁ ଏବେ ପ୍ରସ୍ତୁତି ଚାଲିଥିବାବେଳେ ନିର୍ମାତାମାନେ ଏହି ଇଭେଣ୍ଟକୁ ସ୍ମରଣୀୟ କରିବା ପାଇଁ ୫୦ଲକ୍ଷ ଟଙ୍କାର ବାଣ ଫୁଟାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି।

 

 

 

Related posts

ରିଲିଜ୍ ହେଲା ଆଦିପୁରୁଷର ଗୀତ ‘ରାମ ସିଆ ରାମ’

mahabharatanews

ଅଯୋଧ୍ୟାରେ ପ୍ଲଟ୍‌ କିଣିଲେ ଅମିତାଭ

mahabharatanews

 ଆଉ ଏକ ବିଳାସପୂର୍ଣ୍ଣ କାର କିଣିଲେ ରଣବୀର 

mahabharatanews