ଓଡିଶାମନୋରଞ୍ଜନ

ମଞ୍ଚରେ ଚାଲିଗଲେ ମାଲେସୀୟ ନୃତ୍ୟଗୁରୁ

(ଭୁବନେଶ୍ୱର) : ଭଞ୍ଜ କଳା ମଣ୍ଡପରେ ନାହିଁ ନଥିବା ଅଘଟଣ ଦେଖିବାକୁ ମିଳିଛି । ହଠାତ ଟଳିପଡିଲେ ନୃତ୍ୟଗୁରୁ ଶ୍ରୀଗଣେଶନ ।  ଶୁକ୍ରବାର ସନ୍ଧ୍ୟାରେ ମାଲେସିଆରୁ ନୃତ୍ୟ ପରିବେଷଣ କରିବାକୁ ଆସିଥିବା ଭରତ ନାଟ୍ୟମର ନୃତ୍ୟଗୁରୁ ଶ୍ରୀଗଣେଶନ ପ୍ରଥମ ପର୍ଯ୍ୟାୟ ନୃତ୍ୟ ପରେ ମଞ୍ଚରେ ଟଳି ପଡିଛନ୍ତି।

ସୂଚନାନୁଯାୟୀ , ଭଞ୍ଜକଳା ମଣ୍ଡପରେ ୩ ଦିନିଆ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଥିଲା। ପ୍ରଥମ ପର୍ଯ୍ୟାୟରେ ସେ ଭରତ ନାଟ୍ୟମ ପରିବେଷଣ କରିଥିଲେ। ହେଲେ ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଜ୍ବଳନ ବେଳେ ସେ ମଞ୍ଚରେ ଟଳିପଡିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

Related posts

ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ

mahabharatanews

ଜରଡାରେ ପଂଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗୀତା

mahabharatanews

ଟ୍ରକ୍‌ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର

mahabharatanews