ଓଡିଶା

ସ୍ନାତକ ପାଇଁ ୧୯ରୁ ଆବେଦନ ପ୍ରକ୍ରିୟା ଆରମ୍ଭ 

(ଭୁବନେଶ୍ୱର) :  ଆରମ୍ଭ ହେବାକୁ ଯାଉଛି ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁନ୍‌ ୧୯ ଅପରାହ୍ଣ ୨ଟାରୁ ଆବେଦନ ପ୍ରକ୍ରିୟା। ଉଚ୍ଚଶିକ୍ଷା ବିଭାଗ ଅଧୀନ ଯୁକ୍ତ୩ ଡିଗ୍ରି ସମେତ ସେଲ୍ଫ ଫାଇନାନ୍ସିଂ ଡିଗ୍ରି କଲେଜ ଓ ସଂସ୍କୃତ କଲେଜର ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁନ୍‌ ୧୯ ଅପରାହ୍ଣ ୨ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଛାତ୍ରଛାତ୍ରୀ ଜୁଲାଇ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସାମ୍‌ସ ୱେବସାଇଟ୍‌ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ।

ସୂଚନାନୁଯାୟୀ , ଚଳିତବର୍ଷ ପ୍ରଥମ ଥର ୬ଟି ପର୍ଯ୍ୟାୟରେ ମେଧା ତାଲିକା ପ୍ରକାଶ ସହ ନାମଲେଖା ପ୍ରକ୍ରିୟା କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୪ରେ ପ୍ରକାଶ ପାଇବା ସହ ୧୫ରୁ ୧୭ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭ରେ ପ୍ରକାଶ ପାଇବାକୁ ଥିବା ବେଳେ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୨୯ରୁ ଅଗଷ୍ଟ ୨ ମଧ୍ୟରେ ନାମ ଲେଖାଇପାରିବେ। ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ସହ ଅଗଷ୍ଟ ୧୦, ୧୨ ଓ ୧୪ରେ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇବେ। ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୨୧ରେ ପ୍ରକାଶ ସହ ୨୨ରୁ ୨୫ ମଧ୍ୟରେ ନାମଲେଖା, ସେପ୍ଟେମ୍ବର ୧ରେ ପଞ୍ଚମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨, ୪ ଓ ୫ରେ କରାଯିବ। ସେପ୍ଟେମ୍ବର ୧୩ରେ ୬ଷ୍ଠ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୪ରୁ ୧୬ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

 

Related posts

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦୁଇ ଦିନ ବର୍ଷିବ

mahabharatanews

 ଶେଷ ଦିନରେ କଟକ ଐତିହାସିକ ବାଲିଯାତ୍ରା 

mahabharatanews

ସଟଡାଉନ ସମୟରେ ପୋଲିସ ଉପରକୁ ଢେଲାମାଡ

mahabharatanews