ଓଡିଶା

୧୮ରୁ ସିଲ ହେବ ପୁରୀର ସମସ୍ତ ମଦ ଦୋକାନ

(ପୁରୀ) : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରଥଯାତ୍ରା ସମୟରେ ପୁରୀରେ ସମସ୍ତ ମଦ ଦୋକାନକୁ ସିଲ୍‌ କରାଯିବ। ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆସନ୍ତା ୧୮ ତାରିଖ ରାତିରୁ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି।

ସୂଚନାନୁଯାୟୀ , ଅବକାରୀ ବିଭାଗ ପକ୍ଷରୁ ସହରର ସମସ୍ତ ମଦଦୋକାନଗୁଡ଼ିକୁ ସିଲ୍‌ କରାଯିବ। ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳର ୧୮ଟି ଠିପି ବନ୍ଦ ମଦଦୋକାନ ଓ ୧୬ଟି ଠିପି ଖୋଲା ମଦ ଦୋକାନ ରଥଯାତ୍ରା ପାଇଁ ଗତ ୧୮ ତାରିଖ ରାତିରୁ ବନ୍ଦ ହୋଇ ଶ୍ରୀଜିଉମାନଙ୍କ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଖୋଲିବାକୁ ନିର୍ଦ୍ଦେଶ ରହିଛି। ସେହିପରି ବାହୁଡ଼ା ଯାତ୍ରା ପାଇଁ ୨୬ ତାରିଖ ରାତିରୁ ଏହି ମଦ ଦୋକାନ ବନ୍ଦ କରାଯାଇ ସୁନାବେଶ ପରଦିନ ଖୋଲିବ।

Related posts

ବିଧାୟକଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ

mahabharatanews

ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର

mahabharatanews

ଏଣିକି ଶ୍ରୀ ମନ୍ଦିରରେ ପାନ, ଗୁଟଖା ମନା

mahabharatanews