ଓଡିଶା

୧୮ରୁ ସିଲ ହେବ ପୁରୀର ସମସ୍ତ ମଦ ଦୋକାନ

(ପୁରୀ) : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରଥଯାତ୍ରା ସମୟରେ ପୁରୀରେ ସମସ୍ତ ମଦ ଦୋକାନକୁ ସିଲ୍‌ କରାଯିବ। ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆସନ୍ତା ୧୮ ତାରିଖ ରାତିରୁ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି।

ସୂଚନାନୁଯାୟୀ , ଅବକାରୀ ବିଭାଗ ପକ୍ଷରୁ ସହରର ସମସ୍ତ ମଦଦୋକାନଗୁଡ଼ିକୁ ସିଲ୍‌ କରାଯିବ। ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳର ୧୮ଟି ଠିପି ବନ୍ଦ ମଦଦୋକାନ ଓ ୧୬ଟି ଠିପି ଖୋଲା ମଦ ଦୋକାନ ରଥଯାତ୍ରା ପାଇଁ ଗତ ୧୮ ତାରିଖ ରାତିରୁ ବନ୍ଦ ହୋଇ ଶ୍ରୀଜିଉମାନଙ୍କ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଖୋଲିବାକୁ ନିର୍ଦ୍ଦେଶ ରହିଛି। ସେହିପରି ବାହୁଡ଼ା ଯାତ୍ରା ପାଇଁ ୨୬ ତାରିଖ ରାତିରୁ ଏହି ମଦ ଦୋକାନ ବନ୍ଦ କରାଯାଇ ସୁନାବେଶ ପରଦିନ ଖୋଲିବ।

Related posts

ବାଟରେ ଛକି ବସିଥିଲା ମୃତ୍ୟୁ

mahabharatanews

ଅନୁଷ୍ଠିତ ହେବ ରାବଣ ବଧ’ କାର୍ଯ୍ୟକ୍ରମ…

mahabharatanews

 ଆରମ୍ଭ ହେଲା ପୁରୀରୁ ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍

mahabharatanews