ଭାରତ

ପ୍ରବଳ ବର୍ଷା : ରାଜସ୍ଥାନର ୮ ମୃତ୍ୟୁ

ବାତ୍ୟା ବିପର୍ଯ୍ୟୟ ଯୋଗୁଁ ରାଜସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ତେବେ ଅତ୍ୟଧିକ ବର୍ଷା ହେତୁ ଅନେକ ଲୋକେ ଜଳ ଘେରରେ ଫସି ରହିଛନ୍ତି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ରାଜସ୍ଥାନରେ ୮ ଜଣଙ୍କ ମୃତ୍ୟୁ ହେଲାଣି। ଜଲୋର, ସିରୋହି ଏବଂ ବାରମେର ସମେତ ୫ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ,  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଜଲୋର, ସିରୋହି ଏବଂ ବାରମେର ଜିଲ୍ଲାରେ ଏରିଏଲ ‌ସର୍ଭେ କରିଛନ୍ତି। ଢୋଲପୁର ଏବଂ ଅଜମେରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜିଛି। ଲଗାଣ ବର୍ଷା ଯୋଗୁଁ ଅଜମେର ଏବଂ ଢୋଲପୁରରେ ଜଳବନ୍ଦୀ ସମସ୍ୟା ଉପୁଜିଛି।

Related posts

ବିଜେପିରେ ଯୋଗ ଦେଲେ ଅର୍ଜୁନ ମୋଧୱାଡିଆ

mahabharatanews

ଦେଶରେ ଦିନକରେ ୭,୫୫୪ ଆକ୍ରାନ୍ତ ଚିହ୍ନଟ ଓ ୨୨୩ ଜଣ ମୃତ

mahabharatanews

 ଗଭୀର ଖାଇକୁ ଖସିପଡିଲା  ଯାତ୍ରୀବାହୀ ବସ୍,୩୦ ମୃତ

mahabharatanews