ଓଡିଶା

 ବଢୁଛି ମଣିଷ ଖିଆ କୁମ୍ଭୀରର ଉତ୍ପାତ, ମହିଳା ମୃତ୍ୟୁ

(କେନ୍ଦ୍ରାପଡା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମଣିଷ ଖିଆ କୁମ୍ଭୀରର ଉତ୍ପାତ । କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ଜଣକ ପରେ ଜଣକ ଜୀବନ ଚାଲିଯାଉଛି। ବୁଧବାର ଦିନ ନିଜ ବାଡ଼ି ପୋଖରୀ ତୁଠରେ ବାସନ ମାଜୁଥିବା ବେଳେ ଜଣେ ମହିଳାଙ୍କୁ ଟାଣି ନେଇଛି ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରତିବାଦରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତିc

ସୂଚନାନୁଯାୟୀ , ଏହି ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର ବୈଲୋଚନ ଦାସଙ୍କ ସ୍ତ୍ରୀ ସୀତାରାଣୀ(୪୫)। ଦୀର୍ଘ ୩ ଘଣ୍ଟା ପରେ ତାଙ୍କ ମୃତଦେହ ପୋଖରୀ ନିକଟ ନାଳରୁ ଉଦ୍ଧାର କରାଯାଇଛି।  ତୁଠରୁ ଚଡ଼ଦିଆ ନାଳ ମଧ୍ୟକୁ ନେଇଯାଇଥିଲା। ବ୍ରାହ୍ମଣୀ ନଦୀର ଝାରପଡା ନିକଟରୁ ବାହାରିଥିବା ଏହି ନାଳ ଦଳରେ ଭର୍ତ୍ତି ହୋଇରହିଛି। କିଛିସମୟ ମଧ୍ୟରେ ବିରାଟକାୟ କୁମ୍ଭୀରଟି ସୀତାଙ୍କୁ ନାଳ ଭିତରେ ମାରି ଦେଇଥିଲା।

Related posts

ଗଞ୍ଜାମରେ ବ୍ୟବସାୟୀଙ୍କ ପାଇଁ ପଞ୍ଚସୂତ୍ର ନିୟମ ବାଧ୍ୟତାମୂଳକ: ଜିଲ୍ଲାପାଳ

mahabharatanews

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଇଏଏସ ଭିନିଲଙ୍କ ନିଯୁକ୍ତି

mahabharatanews

ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ

mahabharatanews