ଓଡିଶା

ବର୍ଷାରେ ଭିଜିଲା ସାରା ଓଡିଶା,୧୩ ଜିଲ୍ଲାକୁ  ୟେଲୋୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) : ଆଜି ସାରା ରାଜ୍ୟ‌କୁ ମୌସୁମୀ ଛୁଇଁଛି। ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ଦେଖା ଦେଇଥିବା ବେଳେ ଅନେକ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବ।

ସୂଚନାନୁଯାୟୀ ,  ଶନିବାର ଦିନ କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲ‌ାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ବାଲେଶ୍ବର, ଭଦ୍ରକ, ‌‌କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଧା, ପୁରୀ, ନୟାଗଡ଼, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲା‌ର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଏହି ସବୁ ଜିଲ୍ଲାରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

Related posts

ସ୍ଥାୟୀ ଲୋକ ଅଦାଲତ ଉଦଘାଟିତ

mahabharatanews

ଜଗା ଦର୍ଶନ କରିଲେ ଗୋଆ ମୁଖ୍ୟମନ୍ତ୍ରୀ

mahabharatanews

ଦିବ୍ୟାଙ୍ଗଙ୍କୁ ପେନସନ, ପକ୍କା ଘର ଓ ଚାଉଳ ସାତ ସପନ

mahabharatanews