ମନୋରଞ୍ଜନ

‘ସ୍ବାଗତ ଛୋଟ ମେଗା ରାଜକୁମାରୀ ‘ : ଚିରଞ୍ଜିବି

(ମୁମ୍ବାଇ) : ବାପା ବନିଛନ୍ତି ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ମା ବନିଛନ୍ତି ତାଙ୍କ ପତ୍ନୀ ଉପସାନା ମାତାପିତା ହୋଇଛନ୍ତି। ଜୁନ୍ ୨୦ରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଉପାସନା। ଅଭିନେତାଙ୍କ ପତ୍ନୀ ଜୁନ୍ ୧୯ ତାରିଖ ସନ୍ଧ୍ୟାରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ପ୍ରସବର  ପରେ ଝିଅକୁ ଧରି ଘରକୁ ଫେରିଛନ୍ତି ରାମଚରଣ ଓ ଉପାସନା।

ସୂଚନାନୁଯାୟୀ,   ଏହି ଖୁସିର ଅବସରରେ ମେଗା ଷ୍ଟାର ତଥା ରାମଚରଣଙ୍କ ବାପା ଚିରଞ୍ଜିବି ଟ୍ବିଟ କରି ନିଜ ନାତୁଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଥିଲେ। ‘ସ୍ବାଗତ ଛୋଟ ମେଗା ରାଜକୁମାରୀ !! ତୁମର ଆଗମନ କୋଟି କୋଟି ମେଗା ପରିବାରରେ ଖୁସିର ଲହରୀ ‌ଖେଳାଇଥିବା ସହ ତୁମେ ତୁମ ମାତାପିତା ଓ ଜେଜେବାପା-ଜେଜେମା’ଙ୍କୁ ଖୁସି ଦେଇଛ ଓ ଗର୍ବିତ କରିଛ’ ବୋଲି ଟ୍ବିଟ କରିଥିଲେ ଚିରଞ୍ଜିବି।

Related posts

ବିଶ୍ୱରେ ଚହଳ ସୃଷ୍ଟି କରୁଛି ହଲିଉଡର ଏହି ଚଳଚ୍ଚିତ୍ର

mahabharatanews

ଗଣେଶଙ୍କ ମୂର୍ତ୍ତିକୁ ନେଇ ଟ୍ରୋଲ ହେଲେ ଶିବ ଠାକରେ 

mahabharatanews

ରିଲିଜ ହେଲା ଅବତାର ଫ୍ରାଞ୍ଚାଇଜ୍‌ର ଦ୍ୱିତୀୟ ପାର୍ଟ

mahabharatanews