ଓଡିଶା

୨୪ ଘଣ୍ଟାରେ ଲଘୁଚାପ, ୧୯ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

(ଓଡିଶା) : ରାଜ୍ୟକୁ ଛୁଁଇଲା ମୌସୁମୀ । ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ଆଗମନ ସହ ରାଜ୍ୟବ୍ୟାପୀ ବର୍ଷା ଲାଗି ରହିଛି । ତେବେ ଆଜି ୧୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ ତାରିଖରେ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ୫ଟି ଜିଲ୍ଲା କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ତେବେ ୨୫ତାରିଖରୁ ବଢିବ ବର୍ଷାର ପରିମାଣ । ଆସନ୍ତା ୭ ଦିନ ଯାଏ ଓଡ଼ିଶାରେ ବର୍ଷା ଲାଗି ରହିବ। ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାକୁ ମୌସୁମୀ ଛୁଇଁଥିବା ବେଳେ ଆଗାମୀ ୨ ଦିନରେ ସାରା ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ହେବ।

Related posts

ମିଳିଲା ୩ ମାସରୁ ନିଖୋଜ ଥିବା ଆଇନଜୀବୀଙ୍କ ମୃତଦେହ

mahabharatanews

ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ର ସାମ୍ବାଦିକଙ୍କୁ ନେଇ ପ୍ରେସ୍ କ୍ଲବ ରାଜଘାଟ ପକ୍ଷରୁ ପ୍ରେସ୍ ଦିବସ ପାଳିତ

mahabharatanews

ନିଜ ପ୍ରେମିକାକୁ ବିବାହ ନିମନ୍ତେ ଝିଅ ହେଲେ ପୁଅ

mahabharatanews