(ମୁମ୍ବାଇ) : ଫିଲ୍ମ ‘ଆଦିପୁରୁଷଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନି । ଏହାରି ମଧ୍ୟରେ ନିର୍ମାତା ଟିକେଟ ମୂଲ୍ୟ କମାଇଥିଲେ ମଧ୍ୟ ଦର୍ଶକ ଫିଲ୍ମ ଦେଖିବାକୁ ଆସୁନଥିବା ଦେଖିବାକୁ ମିଳିଛି । ଫିଲ୍ମକୁ ଅନେକ କଳାକାର ନାପସନ୍ଦ କରିସାରିଥିବା ବେଳେ ଏବେ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ ଫିଲ୍ମକୁ ଓ ପ୍ରଭୁ ରାଘବଙ୍କ ଚରିତ୍ରରେ ନଜର ଆସିଥିବା ଅଭିନେତା ପ୍ରଭାସଙ୍କୁ ଟ୍ରୋଲ କରିଛନ୍ତି। ଟ୍ବିଟ କରି ସେ ପ୍ରଭାସଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି।
Adipurush dekhkar pata chala Katappa ne Bahubali ko kyun maara tha 😀
— Virender Sehwag (@virendersehwag) June 25, 2023
ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଆଦିପୁରୁଷ ଦେଖିବା ପରେ, ମୁଁ ଜାଣିଲି ଯେ କଟପ୍ପା ବାହୁବଲୀଙ୍କୁ କାହିଁକି ହତ୍ୟା କରିଥିଲେ?
