ଓଡିଶା

ବଢ଼ିଲା ଯୁକ୍ତ୨ ଆବେଦନ ଅବଧି

(ଭୁବନେଶ୍ୱର)  : ବଢ଼ିଲା ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ସମୟ  । ନୂତନ ଭାବେ ଖୋଲିଥିବା ଯୁକ୍ତ୨ କଲେଜରେ ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ସୁଯୋଗ ଦେବା ଏବଂ ଅଭିଭାବକଙ୍କ ଅନୁରୋଧକ୍ରମେ ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ସମୟ ଅବଧିକୁ ଜୁନ୍‌ ୨୬ ପରିବର୍ତ୍ତେ ଜୁନ୍‌ ୩୦କୁ ବୃଦ୍ଧି କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ସାମସ୍‌ ପୋର୍ଟାଲ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ।

 

ସୂଚନାନୁଯାୟୀ ,  ପ୍ରଥମ ମେଧା ତାଲିକା ଜୁଲାଇ ୬ରେ ପ୍ରକାଶ ପାଇବ ଏବଂ ଜୁଲାଇ ୭ରୁ ୧୩ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୯ରେ ପ୍ରକାଶ ସହ ଏହାର ନାମଲେଖା ଜୁଲାଇ ୨୨ ସୁଦ୍ଧା ଶେଷ କରାଯିବ। ଅନ୍‌ଲାଇନ୍‌ ସ୍ପଟ୍‌ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ୨୭ ତାରିଖ ମଧ୍ୟରେ ହେବ ଏବଂ ଅଗଷ୍ଟ ୧ରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Related posts

ହ୍ରାସ ପାଇଲା ଚିଲିକା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା

mahabharatanews

 ଶେଷ ଦିନରେ କଟକ ଐତିହାସିକ ବାଲିଯାତ୍ରା 

mahabharatanews

୪ଟା ଯାଏଁ ଗୃହ ମୁଲତବି

mahabharatanews