ଭାରତ

ହଠାତ ଅବତରଣ କଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର

(କୋଲକତା) :  ଜରୁରୀକାଳୀନ ଅବତରଣ କଲା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟର। ବର୍ଷା ହେତୁ ଦୃଶ୍ୟମାନତା ହଠାତ୍ ବହୁତ କମ୍ ହୋଇଯାଇଥିଲା ଏହି କାରଣରୁ ହେଲିକପ୍ଟରକୁ ଉତ୍ତର ପଶ୍ଚିମବଙ୍ଗର ସାଲୁଗଡ଼ାର ସେନା ଏୟାରବେସରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।

ସୂଚନାନୁଯାୟୀ, ଜଲପାଇଗୁଡିର କ୍ରିଣ୍ଟିଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଗଡୋଗ୍ରା ଯାଉଥିଲେ। ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବା ପ‌ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ରାସ୍ତା ଦେଇ କୋଲକାତା ଆସୁଛନ୍ତି।

Related posts

‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି ନ କରି ପିଓକେ ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ: ସଞ୍ଜୟ ରାୱତ

mahabharatanews

କକ୍ଷପଥ ପରିବର୍ତ୍ତନ କଲା ଚନ୍ଦ୍ରଯାନ

mahabharatanews

ରାଇରଙ୍ଗପୁରରୁ ରାୟସିନା

mahabharatanews