ଓଡିଶା

ଛିଣ୍ଡିଲା ତାଳଧ୍ଵଜର ଦଉଡି, ଆହତ ହେଲେ ଶ୍ରଦ୍ଧାଳୁ

(ପୁରୀ) :  ମାର୍କେଟ୍ ଛକ ନିକଟରେ ଛିଡିଲା ତାଳଧ୍ୱଜ ରଥ ଦଉଡ଼ି । ଫଳରେ ୮ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସମସ୍ତଙ୍କୁ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ରଥ ଟାଣିବା ବେଳେ ଗରମ ଓ ଗୁଳୁଗୁଳିରେ ଅଣନିଃଶ୍ୱାସୀ ହୋଇପଡିଥିଲେ । ଏହା ବାଦ୍ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଚାଲିଚି । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ରଥଟଣା ବି ଆରମ୍ଭ ହୋଇଥିଲା । ୪ .୩୦  ବେଳେକୁ ତାଳଧ୍ୱଜ ରଥ ସିଂହ ଦ୍ୱାରରେ ପହଞ୍ଚି ସାରିଛି । ଏହା ପରେ ପଛକୁ ପଛ ଆସୁଛି ଦର୍ପଦଳନ ଓ ନନ୍ଦିଘୋଷ । ଆଜି ବାହୁଡା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

Related posts

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ହେଲା ଶେଷ ଦର୍ଶନ…

mahabharatanews

ମତ୍ସ୍ୟଚାଷ କ୍ଷେତ୍ରରେ ଓଡିଶା ହାତେଇଲା ୨ ଜାତୀୟ ପୁରସ୍କାର

mahabharatanews

୨୦୦ ଶିଳ୍ପ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

mahabharatanews