ଓଡିଶା

ଜୁଲାଇ ପ୍ରଥମ ସପ୍ତାହରେ ଲାଗିରହିବ ବର୍ଷା

(ଭୁବନେଶ୍ୱର) :  କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନ ସହ ସଂଲଗ୍ନ ଅଞ୍ଚଳ, ପୂର୍ବ ଭାରତ ସହ ଉତ୍ତର–ପୂର୍ବ ଓ ଉତ୍ତର–ପଶ୍ଚିମ ଭାରତର କିଛି କିଛି ଅଞ୍ଚଳରେ ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନା ଦେଇଛି। 

ସୂଚନାନୁଯାୟୀ ,  ରାଜ୍ୟରେ ବର୍ତ୍ତମାନ ମୌସୁମୀ ନିଷ୍କ୍ରିୟ ଅବସ୍ଥାରେ ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଁ ଭାଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୪ ତାରିଖରେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର କେନ୍ଦ୍ରୀୟ–ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଓଡ଼ିଶା ଉପକୂଳ ଓ ତା’ପରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତର ପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ହେବ। ଫଳରେ ୫ରୁ ୭ ତାରିଖ ଭିତରେ ରାଜ୍ୟରେ ସ୍ବଳ୍ପ ବର୍ଷା ହେବ। ହୁଏ ତ ପଶ୍ଚିମ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଜୁଲାଇର ଦ୍ବିତୀୟ ସପ୍ତାହରେ ସମ୍ଭାବ୍ୟ ସିଷ୍ଟମ ହେତୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ। 

Related posts

କିସ ଛାତ୍ର ସାଧବ କାର୍ଜୀ ପାଇଲେ ଓଜେଏସ ପରିକ୍ଷାରେ ସଫଳତା

mahabharatanews

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ବାତିଲ୍‌

mahabharatanews

ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ମହିଳାମାନଙ୍କ ବିକ୍ଷୋଭ

mahabharatanews