ଓଡିଶା

ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ

ଯାଜପୁର/ଜୟପ୍ରକାଶ ନାୟକ: ଶୁକ୍ରବାର ଅପରାହ୍ନ ୧୧ ଘଟିକା ସମୟରେ ଯାଜପୁର ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉତ୍କଳ ସାମ୍ବାଦିକ ସଂଘର ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର, ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧାନ ବାନାର୍ଜୀ, ରାଜ୍ୟ ସମ୍ପାଦକ ବିଶ୍ୱଜିତ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ରବିନାରାୟଣ କର ପ୍ରମୁଖ ଯୋଗ ଦେଇଥିଲେ | ବୈଠକରେ ମୁଖ୍ୟତ ସାମ୍ବାଦିକ ସୁରକ୍ଷା ଆଇନ, ସାମ୍ବାଦିକ ମାନଙ୍କୁ ପେନସନ, ଅବସର କାଳିନ ଭତ୍ତା ପ୍ରଦାନ, ପ୍ରେସ ଏକାଡେମୀ ଗଠନ, ସ୍ୱାସ୍ଥ୍ୟବୀମାକୁ ୨ ଲକ୍ଷରୁ ୧0ଲକ୍ଷକୁ ବୃଦ୍ଧି କରିବା ଉପରେ ଆଲୋଚନା କରିବା ସହ ଏଥିନେଇ ଖୁବ ଶୀଘ୍ର ପୁନଃରାୟ ରାଜ୍ୟସରକାରଙ୍କ ନିକଟରେ ଦାବି କରାଯିବାକୁ ବୈଠକରେ ନିଷ୍ପତି ହୋଇଥିଲା |

ସେହିପରି ରାଜ୍ୟରେ ୧୯୪୫ ମସିହାରୁ ପ୍ରତିଷ୍ଠା ହୋଇଥିବା ସର୍ବପୁରାତନ ଉତ୍କଳ ସାମ୍ବାଦିକ ସଙ୍ଘ ଉପରେ ଭରଷା ପ୍ରକଟ କରି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପ୍ରେସ ଫୋରମର ସଭ୍ୟ ମନୋଜ ପୃଷ୍ଟି, ଦେବେନ୍ଦ୍ର ସାମଲ, ଜୟପ୍ରକାଶ ନାୟକ, ପ୍ରତାପ ମଲ୍ଲିକ, ସତ୍ୟରଞ୍ଜନ ସାହୁ, ଜ୍ୟୋତିପ୍ରକାଶ ମିଶ୍ର, ସୀତାଂଶୁ ଶେଖର ଯେନା, ବିଜୟ କୁମାର ରାଉତ, ମନୋରଞ୍ଜନ ମଲ୍ଲିକ, ପ୍ରକାଶ କୁମାର ସାହୁ, ସଞ୍ଜୟ ରାୟ, ସୁରେଶ କୁମାର ସେଠି ପ୍ରମୁଖ ୧୨ ଜଣ ସଭ୍ୟ ଆଜି ଏହି ସାଧାରଣ ପରିଷଦ ବୈଠକରେ ଉତ୍କଳ ସାମ୍ବାଦିକ ସଂଘରେ ଯୋଗ ଦେଇଥିଲେ |

ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଦଶରଥପୁର ପ୍ରେସ ଫୋରମର ନୂତନ ଭାବେ ମିଶିଥିବା ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଉକ୍ତ ବୈଠକରେ ଜିଲ୍ଲାର ୧0 ଗୋଟି ବ୍ଲକରୁ ଶତାଧିକ ସାମ୍ବାଦିକ ଯୋଗଦେଇଥିବା ଦେଖିବାକୁ ମିଳିଥିଲା |

Related posts

ଦୁଷ୍ୟନ୍ତଙ୍କ ଏକ ମାସର ଦରମା କରୋନା ଫଣ୍ଡକୁ ଦାନ

mahabharatanews

 ଆଜି ଗାନ୍ଧୀ ଜୟନ୍ତୀ

mahabharatanews

ଡ. ଗୋପବନ୍ଧୁ ଦାଶଙ୍କ ରଚିତ ପୁସ୍ତକ ଉନ୍ମୋଚିତ

mahabharatanews