ମନୋରଞ୍ଜନ

ଖୁବ ଶୀଘ୍ର ରିଲିଜ ହେବ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ 

(ମୁମ୍ବାଇ) :  ଫିଲ୍ମ ‘ଗଦର ୨’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଦର୍ଶକ ‘ଆଗାମୀ ଚଳଚ୍ଚିତ୍ର ‘ଗଦର ୨’ ରେ ଦେଖିବାକୁ ଉତ୍ସାହିତ ଅଛନ୍ତି। ବୁଧବାର ଏହି ଚଳଚ୍ଚିତ୍ରର ପ୍ରଥମ ଗୀତ ‘ଉଡ୍ ଯା କାଲେ କୱା ତେରେ…’ ରିଲିଜ୍ ହୋଇଥିଲା। ଏହି ଗୀତଟିକୁ ଦର୍ଶକ ଦେଖିବା ପରେ ପୁରୁଣା ଦିନ ମାନେ ପଡିଯାଇଛି ।

 ନିର୍ମାତାଙ୍କ କହିବାନୁଯାୟୀ, ଏହି ଚଳଚ୍ଚିତ୍ରରେ ଦର୍ଶକଙ୍କ ପାଇଁ ଆଉ ଏକ ସର୍‌ପ୍ରାଇଜ୍‌ ରଖିଛନ୍ତି, ଯାହାକି ଲୋକଙ୍କୁ ୨୨ ବର୍ଷ ପୁରୁଣା ସ୍ମୃତି ସହିତ ଯୋଡି ହେବା ପାଇଁ ଆଉ ଏକ ସୁଯୋଗ ଦେବ। ‘ଗଡର ୨’ର ‘ଉଡ୍ ଯା କାଲେ କୱା ତେରେ…’ ଗୀତ ରିଲିଜ୍ ହେବାର କିଛି ଦିନ ପରେ ଏହାର ନିର୍ଦ୍ଦେଶକ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ନିର୍ଦ୍ଦେଶକ ଅନିଲ ଶର୍ମା କହିଛନ୍ତି ଯେ ସେ ତାଙ୍କ ଦର୍ଶକଙ୍କ ପାଇଁ ଆଉ ଏକ ଗୀତକୁ ପୁନର୍ବାର ନିର୍ମାଣ କରିଛନ୍ତି। ସନ୍ନି ଦେଓଲଙ୍କ ଏହି ଗୀତଟି ପ୍ରଥମ ଚଳଚ୍ଚିତ୍ରରେ ଲୋକମାନେ ବହୁତ ପସନ୍ଦ କରିଥିଲେ।

Related posts

ରିଲିଜ୍ ହେଲା ଆଦିପୁରୁଷର ଗୀତ ‘ରାମ ସିଆ ରାମ’

mahabharatanews

ରିଲିଜ ହେଲା ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’

mahabharatanews

 ଓସ୍କାର ବିଜୟୀ ଅଭିନେତାଙ୍କ ମୃତ ଦେହ ଉଦ୍ଧାର 

mahabharatanews