ମନୋରଞ୍ଜନ

ଗୋଲ୍‌ଡେନ୍‌ ମନ୍ଦିରରେ ପରିଣୀତି ଓ ରାଘବ

(ଦିଲ୍ଲୀ) :  ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଦୀର୍ଘ ଦିନ ଧରି ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ ନେଇ ଚର୍ଚ୍ଚା ପୁଣି ଥରେ ଜପିର ଧରିଛି । ଆଗାମୀ ଦିନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ପ୍ରେମୀଯୁଗଳଙ୍କୁ ନିକଟରେ  ଅମୃତସରର ସ୍ବର୍ଣ୍ଣ ମନ୍ଦିର ବା ଗୋଲ୍‌ଡେନ୍‌ ଟେମ୍ପଲ୍‌ ଦର୍ଶନ କରିବାକୁ ଯାଇଥିଲେ । ଯାହାର ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

କହିବାକୁ ଗଲେ ,ଉଭୟ ଈଶ୍ବରଙ୍କ ଆଶୀର୍ବାଦ ପାଇଁ ସୁବର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟର କିଛି ଫଟୋ ସାମ୍ନାକୁ ଆସିଛି। ସେମାନ ମନ୍ଦିର ଭିତରକୁ କଡା ସୁରକ୍ଷାର ସହ ଯାଇଥିବାରୁ ତାଙ୍କୁ ସମାଲୋଚନା କରିଛନ୍ତି ବ୍ୟବହାରକାରୀ। ମନ୍ଦିର ଭିତରେ ତ ଅନ୍ତତଃ ଦେଖେଇ ହେବା ଗୁଣ ଛାଡ଼ନ୍ତୁ ବୋଲି କେହି କେହି ମତ ରଖିଥିବା ବେଳେ କେହି କେହି ସେମାନଙ୍କ ପାଇଁ ନିୟମ କୋହଳ ହୋଇଥିବା ଲେଖିଛନ୍ତି।

Related posts

 ପୁଣି ଏକାଠି ନଜର ଆସିଲେ ସୁସ୍ମିତା ଓ ତାଙ୍କ ପ୍ରେମିକ 

mahabharatanews

ମନ ମୋହୁଛି ଫିଲ୍ମ ‘ଫାଇଟର୍‌’ 

mahabharatanews

ଫେରାର ହୋଇଗଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

mahabharatanews