ଓଡିଶା

୬ରୁ ରାଜ୍ୟରେ ହେବ ବର୍ଷା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 

(ଭୁବନେଶ୍ୱର) : ଜୁନରେ ନିଅଣ୍ଟିଆ ବର୍ଷା ପରେ ସ୍ବାଭାବିକ ସ୍ଥିତିକୁ ଫେରିବ ମୌସୁମୀ। ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଯାଇଛି। ୬ ତାରିଖରୁ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ ବୋଲି ଆଶା ଦେଖାଇଛି ପାଣିପାଗ ବିଭାଗ। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩.୬ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ବାଭାବିକ ବର୍ଷା ୯.୪ ମିମି ତୁଳନାରେ ୬୨% କମ୍‌ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି. ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଉପକୂଳ ଜିଲ୍ଲା ଯଥା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ବୌଦ୍ଧ ଓ ନୂଆପଡ଼ା ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

 

 

Related posts

ଜେଡିଏସ ବରିଷ୍ଠ ନେତା ଅମରନାଥଙ୍କ ପରଲୋକ

mahabharatanews

ସେକ୍ସ ରାକେଟର ମୁଖିଆ କରୋନା ପଜିଟିଭ

mahabharatanews

ଏଣିକି ଶିମିଳିପାଳରେ ହେବ କଳା ବାଘ ସଫାରୀ

mahabharatanews