ଓଡିଶା

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ:  ଖୋର୍ଦ୍ଧାରୁ ୧୦୫ ରୋଗୀ ଚିହ୍ନଟ

(ଭୁବନେଶ୍ୱର) : ଧୀରେ ଧୀରେ ମୁଣ୍ଡ ଟେକିବା ଆରମ୍ଭ କଲାଣି ଏଇ ଡେଙ୍ଗୁ ଆତଙ୍କ । ଗତ ୨-୩ବର୍ଷ ଧରି ରାଜଧାନୀ ଓ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଚଳିତ ମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ ନମୁନା ପରୀକ୍ଷା ହୋଇଛି । ସେଥିମଧ୍ଯରୁ ୧୯୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୧୦୫ ରୋଗୀ ରହିଛନ୍ତି ।

ସୂଚନାନୁଯାୟୀ , ସୋମବାର ଦିନ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ପ୍ରାୟ ୯ ଜଣ ଖୋର୍ଦ୍ଧା ଜିଲ୍ଲାରୁ ରହିଥିଲେ । ସେହିପରି ଯାଜପୁରରୁ ୧୨ ଜଣ, ବାଲେଶ୍ବର-ପୁରୀରୁ ୧୦, କଟକରୁ ୧୧ ଓ ଭଦ୍ରକରୁ ପ୍ରାୟ ୮ ଜଣ ଡ଼େଙ୍ଗୁ ରୋଗୀ ଥିବା ଜଣାପଡ଼ିଛି । ଗତବର୍ଷ ମୋଟ ୬୧୨୫ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୩୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ କେବଳ ୯୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ ହିଁ ରହିଥିଲେ ।

Related posts

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଏପ୍ରିଲ୧୪ ତାରିଖ ଯାଏ ଘୁଞ୍ଚିଲା

mahabharatanews

ପୁଲିସ ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ

mahabharatanews

ଦନ୍ତା ନେଲା ଆଉ ଏକ ଜୀବନ

mahabharatanews