ଓଡିଶା

ଥମୁନି ମଣିପୁର ହିଂସା : ଜୁଲାଇ ୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

(ମଣିପୁର) : ଥମିବାର ନାଁ ନେଉନି  ମଣିପୁର ହିଂସା  । ଚାଲିଥିବା ଜାତିଗତ ହିଂସା ମଧ୍ୟରେ ସରକାର ବୁଧବାର ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ତାରିଖକୁ ବଢାଇ ଦେଇଛନ୍ତି । ରାଜ୍ୟର ଅନେକ ଅଞ୍ଚଳ ହିଂସା ଦ୍ୱାରା ପ୍ରଭାବିତ ହେଉଥିବାରୁ ମଣିପୁରରେ ଇଣ୍ଟରନେଟ୍ ସେବା ଆସନ୍ତା ପାଞ୍ଚ ଦିନ ପାଇଁ ସ୍ଥଗିତ ରହିବ । ବୁଧବାର ଦିନ ଏକ ନିର୍ଦ୍ଦେଶ ଜାରି କରି ମଣିପୁର ସରକାର ରାଜ୍ୟରେ ଇଣ୍ଟରନେଟ୍ ସେବା ସ୍ଥଗିତାଦେଶକୁ ଜୁଲାଇ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାନୁଯାୟୀ , ୩ମେ ରୁ ହିଂସା ଘଟଣା ପରେ ହିଁ ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ମୋବାଇଲ୍ ଡାଟା, ରାଜ୍ୟରେ ବ୍ରଡବ୍ୟାଣ୍ଡ ସମେତ ଇଣ୍ଟରନେଟ୍  ଡାଟା ସେବା ଉପରେ ପ୍ରତିବନ୍ଧକ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ତୁରନ୍ତ ପ୍ରଭାବ ସହିତ ଆସନ୍ତା ପାଞ୍ଚ ଦିନ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ ।

Related posts

ରୁଚିକାଙ୍କୁ ନ୍ୟାୟ ଦାବିରେ ନବ ନିର୍ମାଣ ସଂଗଠନର ଆନ୍ଦୋଳନ

mahabharatanews

ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୨୧୯୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଅପରାହ୍ନ ସୁଦ୍ଧା ପୋଲିଂ ପାର୍ଟି ବୁଥରେ ପହଞ୍ଚିବେ ରାଜ୍ୟ ନିର୍ବାଚନ କମିସନ

mahabharatanews