ଭାରତ

ମଣିପୁର ହିଂସା: ସ୍କୁଲ୍‌ ବାହାରେ ମହିଳାଙ୍କୁ ଗୁଳି କରି ହତ୍ୟା 

(ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସା  ସମଗ୍ର ମଣିପୁରରେ ସ୍କୁଲ୍‌ ଖୋଲିବାର ଦିନକ ପରେ ଆଜି ଇମ୍ଫାଲ୍‌ର ପଶ୍ଚିମ ପ୍ରାନ୍ତରେ ଥିବା ଏକ ସ୍କୁଲ୍‌ ବାହାରେ ଅଜ୍ଞାତ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ସବୁ ଅଭିଭାବକଙ୍କୁ ଚକିତ କରିଛି ।

ସୂଚନାନୁଯାୟୀ ,ହତ୍ୟାକାଣ୍ଡ ଶିଶୁ ନିଷ୍ଠା ନିକେତନ ସ୍କୁଲ୍‌ ବାହାରେ ଘଟିଥିବା ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କର କାରଣ ହୋଇଛି। ଆଜିର ଏହି ଗୁଳିକାଣ୍ଡ ଘଟିଛି ସ୍କୁଲ ପିଲାଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ଥୌବାଲ୍‌ ଜିଲ୍ଲାରେ ଆଉ ଏକ ହିଂସାକାଣ୍ଡରେ ଦଙ୍ଗାକାରୀମାନେ ‘ଇଣ୍ଡିଆନ୍‌ ରିଜର୍ଭ ବାଟାଲିୟନ୍‌’ର (ଆଇଆର୍‌ବି) ଜଣେ ଯବାନଙ୍କ ଘର ପୋଡ଼ି ଦେଇଛନ୍ତି। ସେ ପୋଲିସ ଅସ୍ତ୍ରାଗାରରୁ ଦଙ୍ଗାକାରୀମାନଙ୍କର ଅସ୍ତ୍ରଶସ୍ତ୍ର ଲୁଟ୍‌ ଉଦ୍ୟମ ପଣ୍ଡ କରି ଦେଇଥିଲେ ବୋଲି ବୁଧବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

Related posts

ଜଳମଗ୍ନ ଚେନ୍ନାଇ ସହର

mahabharatanews

ହରିୟାଣାରେ ଆଜିଠୁ ଇଣ୍ଟରନେଟ ସେବା !

mahabharatanews

ସିଆରପିଏଫ ନିକଟରେ ଏକକାଳୀନ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ

mahabharatanews