ଭାରତ

ଥମୁନି ମଣିପୁର ହିଂସା : ପୁଣି ଗଲା ୪ ଜୀବନ  

(ମଣିପୁର) : ଦିନକୁ ଦିନ ମଣିପୁର ହିଂସାକାଣ୍ଡ ଥମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ମଣିପୁରର ବିଷ୍ଣୁପୁର ଓ ଚୁରାଚାନ୍ଦପୁର ସୀମାନ୍ତ ଅଞ୍ଚଳରେ ଘଟିଥିବା ଭିନ୍ନ ଭିନ୍ନ ହିଂସାକାଣ୍ଡରେ ଜଣେ ପୁଲିସ ଓ ଜଣେ ତରୁଣଙ୍କ ସମେତ ୪ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ ,  ନିରାପତ୍ତା ବଳ ସେ ଅଞ୍ଚଳରେ ‘ବଫର୍‌ ଜୋନ୍‌’ ସୃଷ୍ଟି କରି ପରିସ୍ଥିତି ଉପରେ କଡ଼ା ଦୃଷ୍ଟି ରଖିଛି। କିନ୍ତୁ, ଦୁର୍ବୃତ୍ତମାନେ ପାହାଡ଼ ଉପରେ ଓ ଉପତ୍ୟକା ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ଲୁଚିଛପି ପ୍ରବେଶ କରି ପରସ୍ପର ଉପରକୁ ଗୁଳି ଚଳାଉଛନ୍ତି। ଉଭୟ ସମ୍ପ୍ରଦାୟ ଶୁକ୍ରବାର ରାତିରୁ ଏଭଳି ଉଦ୍ୟମ ଅବ୍ୟାହତ ରଖିଛନ୍ତି। ସେମାନଙ୍କୁ ପ୍ରତିରୋଧ କରିବା ଲାଗି ସେନା ଉଦ୍ୟମ ଅବ୍ୟାହତ ରଖିଛି।

Related posts

ଦିଲ୍ଲୀ‌ରେ ହାଡ଼ଭଙ୍ଗା ଶୀତ

mahabharatanews

ଇମ୍ଫାଲରୁ ‘ଭାରତ ଯୋଡା ନ୍ୟାୟ ଯାତ୍ରା’ ଆରମ୍ଭ

mahabharatanews

 ବାରାଣାସୀରେ’ଭାରତ ଯୋଡୋ ନ୍ୟାୟ ଯାତ୍ରା’

mahabharatanews