ଓଡିଶାପାଣିପାଗ

ନିଅଣ୍ଟିଆ ମୌସୁମୀ ବର୍ଷା : ଚିନ୍ତାରେ ଚାଷୀ

ଭୁବନେଶ୍ୱର : ଚଳିତ ବର୍ଷ ନିଅଣ୍ଟିଆ ବର୍ଷା । ନିଅଣ୍ଟିଆ ମୌସୁମୀ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ । ଚଳିତ ମୌସୁମୀରେ ଜୁନ୍ ୧ ତାରିଖରୁ ଜୁଲାଇ ୮ ତାରିଖ ମଧ୍ୟରେ ନିଅଣ୍ଟିଆ ବର୍ଷା ଚାଷୀକୂଳ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଅବଧି ମଧ୍ୟରେ ସ୍ୱାଭାବିକ ବର୍ଷାର ପରିମାଣ ୨୮୬.୮ ମିଲିମିଟର ଥିବାବେଳେ ବର୍ଷାର ପରିମାଣ ୨୨୭.୨ ପ୍ରତିଶତ ରହିଛି। ଯାହା ସ୍ୱାଭାବିକଠାରୁ ୨୪ ପ୍ରତିଶତ କମ୍ ଅଟେ। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହା ବଳବତ୍ତ ରହିପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳଙ୍କ କହିବା ଅନୁସାରେ ଆଗାମୀ ୩ ଦିନ ଅର୍ଥ ୧୦ ତାରିଖ ଯାଏ ରାଜ୍ୟରେ ଅଧିକ ପରିମାଣରେ ବର୍ଷା ହେବ ।କିନ୍ତୁ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

ତେବେ ସଂକ୍ରାନ୍ତି ଅର୍ଥାତ୍ ୧୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଡ. ପଶୁପାଳକ କହିଛନ୍ତି ଯେ ଜିଏଫ୍ଏସ ମଡେଲ ଅନୁଯାୟୀ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଏହାର ଗୋଟିଏ ଦିନ ପରେ ଦକ୍ଷିଣ ଓଡ଼ିଶା ଆଡ଼କୁ ଯିବାର ସମ୍ଭାବନା ଥିବାବେଳେ ଏଥିଯୋଗୁଁ ତ୍ତତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହୋଇନପାରେ। ତେବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟମରୁ ସାମାନ୍ୟ ଅଧିକ ବର୍ଷା ସମ୍ଭାବନା ରହିଛି।

Related posts

ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌ : ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

mahabharatanews

କରୋନା ଯୋଦ୍ଧାଙ୍କୁ ମାଡ଼

mahabharatanews

କଳ୍ପନା ଛକରେ ଥିବା ଫଳ ଦୋକାନରେ ଅଗ୍ନିକାଣ୍ଡ

mahabharatanews