ଓଡିଶା

ଗୋପାଳପୁରରେ ତୃଣମୂଳସ୍ତରରୁ ବିଜେଡିକୁ ମଜବୁତ କରିବାକୁ ସାଂସଦ ମାନସ ମଙ୍ଗରାଜଙ୍କ ଆହ୍ୱାନ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ନିର୍ବାଚନମଣ୍ଡଳୀ ହେଉଛି ଗୋପାଳପୁର ନିର୍ବାଚନମଣ୍ଡଳୀ । ଏହାରି ଉପରେ ରାଜ୍ୟ ସରକାରଙ୍କ ଫୋକସ ରହିଛି । ଗୋପାଳପୁର ନୂଆ ବସଷ୍ଟାଣ୍ଡ ନିକଟରେ ଆୟେଜିତ ସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଉଦବୋଧନ ଦେଇ ତୃଣମୂଳସ୍ତରରୁ ବିଜେଡି ସଂଗଠନକୁ ମଜଭୁତ କରିବାକୁ ଆହ୍ବାନ ଦେଇଛନ୍ତି । ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଏଠାରୁ ବଡ଼ ବ୍ୟବଧାନରେ ବିଜୟୀ ହେବେ ବୋଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ୟ୍ୟବେକ୍ଷକ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି । ଗୋପାଳପୁରରେ ବିଜେଡି କାର୍ୟ୍ୟାଳୟକୁ ମାନସ ରଞ୍ଜନ ମଙ୍ଗରାଜ ଉଦଘାଟନ କରିଛନ୍ତି।

ଗୋପାଳପୁର ଜଙ୍କସନରୁ ବିରାଟ ବାଇକ ରାଲିରେ ତାଙ୍କୁ ନେତା ଓ କର୍ମୀ ପାଛୋଟି ନେଇଥିଲେ । ରାଲିରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା, ଅମିତ ମଲ୍ଲିକ, ଏନଏସି ଅଧ୍ୟକ୍ଷ ଏ. ଜାନକୀ ରାମ, ବ୍ଲକ ଅଧ୍ୟକ୍ଷ ସି.ଏସ ଉଷାରାଣୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଜେଶ୍ବରୀ ଦୋରା, ବ୍ଲକ ସଭାପତି ଅଜିତ ଦାସ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଶଶିଭୂଷଣ ମହାନ୍ତିଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ଲୋକ ପ୍ରତିନିଧିମାନେ ସାମିଲ ହୋଇଥିଲେ ।

Related posts

ଅଗ୍ନିକାଣ୍ଡରେ ୩ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

mahabharatanews

ପଜିଟିଭ ଚିହ୍ନଟ ପରେ ଆରଟିଓ ଓ ଆଇସିଆଇସିଆଇ ବ୍ୟାଙ୍କ ସିଲ

mahabharatanews

କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ପତି-ପତ୍ନୀ

mahabharatanews