ଓଡିଶା

ଦିଲ୍ଲୀରେ ବର୍ଷାର ତାଣ୍ଡବ

(ଦିଲ୍ଲୀ) : ମୌସୁମୀ ଛୁଇଁବା ପରେ ଦିଲ୍ଲୀରେ ବର୍ଷା ତାଣ୍ଡବ କହିଲେ ନସରେ  । ପ୍ରବଳ ବର୍ଷା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ରାସ୍ତାଘାଟ ଜଲମୟ ହୋଇଛି । ଗତକାଲି ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ଯାହା ୪୦ ବର୍ଷର ରେକର୍ଡ ଭାଙ୍ଗିଛି କୁହାଯାଉଛି ।

ସୂଚନାନୁଯାୟୀ ,  ପ୍ରବଳ ବର୍ଷାରେ ବେହାର ହୋଇ ପଡିଛି ଦିଲ୍ଲୀ । ଗତକାଲି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ଅଗ୍ନିଶମ ବିଭାଗ ଦେଇଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା ପାଇଁ ଦିଲ୍ଲୀରେ ପ୍ରାୟ ୧୫ଟି ଘର ଭୁଶୁଡି ପଡିଛି । ଘର କାନ୍ଥ ପଡି ଜଣେ ୫୮ ବର୍ଷିୟ ମହିଳାଙ୍କର ମୃତ୍ୟୁ ହୋଇଛି ।

 

ଅନ୍ୟପଟେ ସୋମବାର ଦିନ ମଧ୍ୟ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ ଦେବଗଡ଼ ଆଦି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଏବେ ବର୍ଷାର ପରିମାଣ କମ୍ରହିଥିବା ବେଳେ ୧୨ ୧୩ ତାରିଖ ଆଡ଼କୁ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି। 

Related posts

ବୋଲଗଡରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

mahabharatanews

ନଦୀରେ ବିସ୍ଫୋରଣ, ଜଣେ ଗୁରୁତର

mahabharatanews

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ 

mahabharatanews