ଭାରତ

 ପୁଣି ସ୍ଥଗିତ ହେଲା ଅମରନାଥ ଯାତ୍ରା

(ଜାମ୍ମୁ କାଶ୍ମୀର) :  ଜାମ୍ମୁ କାଶ୍ମୀରରେ ଲଗାତାର ବର୍ଷା ପାଇଁ କର୍ତ୍ତୃପକ୍ଷ କ୍ରମାଗତ ତୃତୀୟ ଦିନ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ଥିତି ଠିକ ନଥିବାରୁ  ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଯେଉଁଥି ପାଇଁ ଯାତାୟତ ପାଇଁ ସମସ୍ୟା ସୃଷ୍ଟି ହେଉଛି । ଜାମ୍ମୁର ଭଗବତୀ ନଗର ଯାତ୍ରି ନିୱାସରୁ କୌଣସି ଯାତ୍ରୀଙ୍କୁ ଉପତ୍ୟକା ଆଡକୁ ଯିବାକୁ ଅନୁମତି ଦିଆଯାଇ ନାହିଁ ।  ପାଣିପାଗ ବିଭାଗର ସୂଚନା ଅନୁସାରେ, ରବିବାର ଦିନ ମଧ୍ୟ ଜାମ୍ମୁ କାଶ୍ମୀରର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିପାରେ ଏବଂ ଜାମ୍ମୁ ଡିଭିଜନର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାନୁଯାୟୀ , ଯାତ୍ରାକୁ ସ୍ଥଗିତ କରାଯିବା ପରେ ପ୍ରାୟ ୬ ହଜାର ଶ୍ରଦ୍ଧାଳୁ ରାମବନରେ ଫଶି ରହିଥିବା ନେଇ ସୂଚନା ରହିଛି । ଗୁରୁବାର ରାତିରୁ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହୋଇଥିବାବେଳେ ମହାଗୁନ୍ ଟପ୍ ସମେତ ଅନେକ ଉଚ୍ଚ ଉଚ୍ଚତା ଏବଂ ଅମରନାଥ ଗୁମ୍ଫା ମନ୍ଦିର ପରିସରରେ ତୁଷାରପାତ ହୋଇଥିଲା। ଜାମ୍ମୁ ଏବଂ ରାମବନ୍ ଜିଲ୍ଲାର ଯାତ୍ରି ନିୱାସରେ ପ୍ରାୟ ୬୦ ହାଜର ତୀର୍ଥଯାତ୍ରୀ, ସାମ୍ବାରେ ୧୨ ଶହ, କାଠୁଆ ଏବଂ ଉଦାମପୁର ଜିଲ୍ଲାରେ ୬୦୦ ଜଣ ତୀର୍ଥଯାତ୍ରୀ ଫସି ରହିଛନ୍ତି।

Related posts

ଦେଶରେ ଦିନକରେ ୧୪,୧୪୮ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ

mahabharatanews

ଭାରତ ଫେରିଲେ ଅଞ୍ଜୁ 

mahabharatanews