ଭାରତ

ଏହି କାରଣରୁ ବୃଦ୍ଧି ପାଇଛି ଟମାଟୋ ଦର

(ଦିଲ୍ଲୀ) : ବର୍ତ୍ତମାନ ସାରା ଦେଶରେ ଟମାଟୋ ଦରକୁ ନେଇ ଚିନ୍ତାରେ  ଖାଉଟି ।  ଟମାଟୋ ଦର କେବେ ହ୍ରାସ ହେବ ତା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଗୋଟିଏ ପଟେ  ସାରା ଦେଶରେ ମୌସୁମୀ ବର୍ଷା ଲାଗି ରହିଥିବାରୁ ପରିବା ଚାଷ ପ୍ରଭାବିତ ହୋଇଛି । ଫଳରେ ଦରଦାମ ବୃଦ୍ଧି ହେଉଛି । ଦିଲ୍ଲୀ ସମେତ ଦେଶର ପ୍ରାୟ ସମସ୍ତ ସହରରେ ଟମାଟୋ କିଲୋ ପ୍ରତି ପ୍ରାୟ ୧୫୦ ଟଙ୍କା ପାଖାପାଖି ରହିଛି ।

ସୂଚନାନୁଯାୟୀ , ଟମାଟୋ ଆଗକୁ ଆହୁରି ମହଙ୍ଗା ହୋଇପାରେ । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେଣୁ ଟମାଟୋ ଦରରେ ବୃଦ୍ଧି ହେବାରେ ଲାଗିଛି ।  ଦେଶର ଅଧିକାଂଶ ଅଞ୍ଚଳକୁ ବେଙ୍ଗାଲୁରୁରୁ ଟମାଟୋ ଯୋଗାଇ ଦିଆଯାଉଛି । କିନ୍ତୁ ହିମାଚଳ ପ୍ରଦେଶରୁ ଆସୁଥିବା ଫସଲରୁ ଏହା ସହାୟତା ପାଇବ ବୋଲି ଆଶା କରାଯାଉଥିଲା । ଉତ୍ତର ପାହାଡରେ ପ୍ରବଳ ବର୍ଷା ହେତୁ କେବଳ ଟମାଟୋ ନୁହଁ, କୋବି, ଫୁଲକୋବି, କାକୁଡି ଏବଂ ଅନ୍ୟ ପତ୍ରଯୁକ୍ତ ସବୁଜ ପନିପରିବା ମଧ୍ୟ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିପାରୁନାହିଁ ।

Related posts

ବେଆଇନ ଋଣ ପ୍ରଦାନ ରୋକିବ ‘ଡିଜିଟା

mahabharatanews

ୟୁକ୍ରେନର ଏକ ସପିଂ ମଲ୍ରେ ଋଷର ଆକ୍ରମଣ,୧୬ ମୃତ ଓ ୫୯ ଗୁରୁତର

mahabharatanews

ସାଂସଦ ସଞ୍ଜୟ ସିଂଙ୍କୁ ଜାମିନ

mahabharatanews