ଓଡିଶା

ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା:  ଟ୍ରେନ ଧକ୍କାରେ ଦୁଇ ମୃତ

(କେଉଁଝର) : ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ମୃତ୍ୟୁ ସଂଖ୍ୟା ।  ନିକଟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ଏହି କ୍ରମରେ ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ ହୋଇଥିବା ଜଣାପଡିଛି  । କେନ୍ଦୁଝର ଆନନ୍ଦପୁର ସ୍ଥିତ ଦୈତାରୀ ରେଞ୍ଜ ଆମ୍ବଧରା ନିକଟରେ ହାତୀପଲ ରେଳ ଲାଇନ୍ ପାରି ହେଉଥିଲେ । ଏହି ସମୟରେ ମାଲବାହୀ ଟ୍ରେନ ଧକ୍କା ଦେବାରୁ ୨ ହାତୀର ମୃତ୍ୟୁ ଘଟିଛି ।

ସୂଚନାନୁଯାୟୀ , ହାତୀପଲ ରେଳ ଧାରଣା ପାର ହେଉଥିଲେ । ଏତିକିବେଳେ ଟାଙ୍ଗରିଆପାଳ ଷ୍ଟେସନ୍‌ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଝିରେ ହାତୀଙ୍କୁ ଧକ୍କା ଦେଇଥିଲା ଏକ ମାଲବାହୀ ଟ୍ରେନ୍‌ । ଦୁର୍ଘଟଣା ପରେ ହାତୀ ଦୁଇଟି ପ୍ରାୟ ୧୦ଫୁଟ ତଳକୁ ଛିଟିକି ପଡିଥିଲେ । ବନ ବିଭାଗ ଓ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

Related posts

ବେଆଇନ ଗୋ ଚାଲାଣ ବେଳେ ଭ୍ୟାନ ଓଲଟି ୬ ଗୋରୁ ମୃତ, ୭୦ ଗୋରୁ ଉଦ୍ଧାର

mahabharatanews

ଆଜି ୨ଟାରୁ ରଥଟଣା 

mahabharatanews

ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା 

mahabharatanews